ସରକାରୀ ସହାୟତା ସାତ ସପନ
ଗଜପତି,(ଅନ୍ସୁମାନ ପଣ୍ଡା): ସରକାରୀ ସହାୟତା ସାତ ସପନ । ଗଜପତି ଜିଲ୍ଲା ମୋହନା ବ୍ଲକ ଠାରୁ ମାତ୍ର ୩ କିଲୋମିଟର ଦୁରରେ ଅବସ୍ଥିତ ହିକିରିକୃପା ଗ୍ରାମ । ଏହି ଗ୍ରାମରେ ପ୍ରାୟ ୩୦ ରୁ ୩୫ ଆଦିବାସୀ ପରିବାର ବସବାସ କରନ୍ତି । କିନ୍ତୁ ବିଡମ୍ବନାର ବିଷୟ ସ୍ୱାଧିନତାର ୭୩ ବର୍ଷ ପରେ ମଧ୍ୟ ସରକାରୀ ଯୋଜନାରୁ ପାଇବା ଏହି ପରିବାର ମାନଙ୍କ ପାଇଁ ସାତ ସପନ ପାଲଟିଛି । ଗରିବ ଓ ଆଦିବାସୀ ମାନଙ୍କ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ତରଫରୁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଥିଲେ ମଧ୍ୟ ତାହା ଏହି ଆଦିବାସୀ ପରିବାର ମାନଙ୍କ ପାଇଁ ସରକାରୀ ସହାୟତା ସାତ ସପନ ପାଲଟିଛି । ଗତ କିଛି ଦିନ ତଳେ ଲଘୁଚାପ ଜନିତ ବର୍ଷାରେ କାନ୍ଥ ଭୁଷୁଡି କିଛି ଆଦିବାସୀ ପରିବାର ଖରା,ବର୍ଷା ଶୀତ ସହ୍ୟ କରି ଖୋଲା ଆକାଶ ତଳେ ଜୀବନ କାଟୁଛନ୍ତି । ସରକାରୀ ତରଫରୁ କିଛି ପରିବାରକୁ ଜରିପାଲ ପ୍ରଦାନ କରାଯାଇଥିବା ବେଳେ ଆଜି ବି ସେମାନେ ଦୁଖକଷ୍ଟ ଓ ଭଙ୍ଗା ଦଦରା ଘରେ ବାସ କରୁଛନ୍ତି । ଗ୍ରାମବାସୀ ତରଫରୁ ବାରମ୍ବାର ସରପଞ୍ଚ ଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ ପ୍ରଶାସନ ତରଫରୁ କୈାଣସି ସାହାର୍ଯ୍ୟ ମିଳୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।


