ହାଟଡିହି ସମ୍ବାଦ ସାହିତ୍ୟ ଘରର ୧୦ମ ବାର୍ଷିକ ସାରସ୍ଵତ ସମାରୋହ
ହାଟଡିହି, (ଓ୍ବାଇଏନଏସ) : ଲୋକ ମାନଙ୍କୁ ରଚନାତ୍ମକ ଦିଗରେ ପ୍ରେରିତ କରିବା ସହିତ ଲୋକମାନଙ୍କୁ ପରସ୍ପର ସହିତ ଯୋଡିବା ହିଁ ସାହିତ୍ୟର ଲକ୍ଷ। ଏହାଦ୍ୱାରା ଜୀବନକୁ ସୁନ୍ଦର କରାଯାଇ ପାରିବ ବୋଲି ହାଟଡିହି ବ୍ଲକ୍ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲରେ ଅନୁଷ୍ଠିତ ସମ୍ବାଦ ସାହିତ୍ୟଘରର ୧୦ମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ କିଶୋର ସାହିତ୍ୟ ଏକାଡେମୀର ସଭାପତି ଦାସ ବେନହୁର ମତବ୍ୟକ୍ତ କରିଛନ୍ତି। ଛୋଟ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସାହିତ୍ୟନୁରାଗୀ କରାଯାଇ ପାରିଲେ ଭାଷା ସାହିତ୍ୟ ତିଷ୍ଠି ରହି ପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ସମ୍ବାଦ ସାହିତ୍ୟଘରର ସଭାପତି ଅନ୍ତର୍ଯ୍ୟାମୀ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ ତରଙ୍ଗିଣୀ ମିଶ୍ର ଯୋଗଦେଇ ସାହିତ୍ୟିକ ମାନେ ସାହିତ୍ୟକୁ ସମାଜର ଦର୍ପଣ ସଦୃଶ କରି ସେଥିରେ ଓଡ଼ିଆ ଜାତିର ପ୍ରଗତିକୁ କଳା କୁଶଳର ସହିତ ପ୍ରତିପାଦିତ କରିବାକୁ ସମର୍ଥ ବୋଲି ମତବ୍ୟକ୍ତ କରିଥିଲେ। ସାହିତ୍ୟିକ ମାନେ ଗ୍ରାମାଞ୍ଚଳରେ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ସୃଜନାତ୍ମକ ଲେଖନୀ ଚାଳନା କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ସ୍ୱତନ୍ତ୍ର ଅତିଥି ଭାବେ ସମ୍ବାଦ ସାହିତ୍ୟ ଘରର ରାଜ୍ୟ ସଂଯୋଜିକା ଡ଼. ଶୁଭଶ୍ରୀ ଲେଙ୍କା ଯୋଗଦେଇ ସାରା ରାଜ୍ୟରେ ୩୭୬ ଟି ଶାଖା ଗଠନ କରି ଛାତ୍ରଛାତ୍ରୀ, ଯୁବକ, ପୌଢ ଓ ସାଧାରଣ ଜନତାଙ୍କୁ ସାହିତ୍ୟ ଅବଲମ୍ବନରେ ବ୍ରତୀ କରିବାକୁ ସଫଳ ପ୍ରୟାସ କରି ପାରିଛି ବୋଲି ମତବ୍ୟକ୍ତ କରିଥିଲେ । ସାହିତ୍ୟ ଅନୁଷ୍ଠାନ ମାନଙ୍କର ଏପରି ଉତ୍ସବ ଭାଷା ସାହିତ୍ୟର ଅଭିବୃଦ୍ଧିରେ ସକାରାତ୍ମକ ବାର୍ତ୍ତା ପ୍ରେରଣ କରିବ। ଆମ ଭାଷା ସାହିତ୍ୟ ଓ ସଂସ୍କୃତିର ଧାରା ଆମ ସମାଜର ଅବକ୍ଷୟକୁ ସୁଧାରି ପାରିବ ବୋଲି କହିଥିଲେ। ଏହି ଅବସରରେ ସାହିତ୍ୟଘର ମୁଖପତ୍ର ‘ପ୍ରୟାସୀ’କୁ ଅତିଥି ମାନେ ଲୋକାର୍ପଣ କରିଥିଲେ। ନିମନ୍ତ୍ରିତ ଅତିଥି ମାନଙ୍କୁ ସାହିତ୍ୟଘର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇ ଥିବାବେଳେ ସାହିତ୍ୟ କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ଘନଶ୍ୟାମ ବୋଇତେଇଙ୍କୁ ସମ୍ବାଦ ସାହିତ୍ୟ ଘର ସମ୍ମାନ, ଆଦିକନ୍ଦ ସ୍ୱାଇଁଙ୍କୁ ସମାଜ ସେବା ସମ୍ମାନ, ଅଜୟ ଜେନାଙ୍କୁ ଯୁବ ଲେଖକ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ପ୍ରବନ୍ଧିକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ଅନୁବାଦକ ଆନନ୍ଦ ଚନ୍ଦ୍ର ଓଝା, କବୟିତ୍ରୀ ବିଦ୍ୟୁତ ପ୍ରଭା ଦେଓଙ୍କୁ ସଂସଦ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ବରିଷ୍ଠ ଉପଦେଷ୍ଟା ରତ୍ନାକର ଦାସ ଅତିଥି ପରିଚ଼ୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ସଂଯୋଜକ କିଶୋର ଆଚାର୍ଯ୍ୟ ସାହିତ୍ୟ ଘରର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସାହିତ୍ୟଘରର ଉପସଭାପତି ନିତ୍ୟାନନ୍ଦ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ଉଦ୍ଘାଟକ ଭାବେ ସମାଜସେବୀ ତଥା ଆନନ୍ଦପୁରର ପୁର୍ବତନ ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ପ୍ରଧାନ ଶିକ୍ଷକ ରାଧାକୃଷ୍ଣ ପତି ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବାସହ ଆଜିର ଯୁବପିଢ଼ିଙ୍କ ପାଇଁ ଏପରି ସାହିତ୍ୟ ସମାରୋହ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କହିଥିଲେ। ସମ୍ବାଦ ସାହିତ୍ୟଘର ମାଧ୍ୟମରେ ଗ୍ରାମଞ୍ଚଳର ଲୁକ୍କାୟିତ ପ୍ରତିଭାଙ୍କ ନିକଟରେ ସାହିତ୍ୟ ପହଞ୍ଚି ପାରିବା ଦ୍ବାରା ଆଜିର ଯୁବପିଢ଼ିଙ୍କ ମଧ୍ୟରେ ସାହିତ୍ୟ ପ୍ରତି ଆବେଗ ସୃଷ୍ଟି ସୃଷ୍ଟି ହୋଇପାରିଛି ବୋଲି ଶ୍ରୀ ସେଠୀ କହିଥିଲେ । ହାସ୍ୟମୟୀ ରାଜ, କାଞ୍ଚନବାଳା ଜେନା, ଓ ବ୍ୟଙ୍ଗକବି ସୁବାସ ପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କବି ଅଶୋକ ପୁହାଣ, ପ୍ରଫେସର ରମାକାନ୍ତ ନାୟକ, ସୁଜିତ ମିଶ୍ର, ଚିନ୍ତାମଣି ମହାଳିକ, ଜଗନ୍ନାଥ ପାତ୍ର, ଜୟନାରାୟଣ ମହାପାତ୍ର, ଡ଼. ଶେଷଦେବ ପରିଡା, ଡ଼. କୃଷ୍ଣ ଚନ୍ଦ୍ର ପଣ୍ଡା, ଚିତ୍ତ ରଞ୍ଜନ ନାୟକ, ନୃସିଂହ ନାଥ ସିଂହ, ବରିଷ୍ଠ ଉପଦେଷ୍ଟା ମୋହନ କୁମାର ମହାନ୍ତି, ଉପ ସଭାପତି ମୁରଲୀଧର ବେହେରା, ସହ ସମ୍ପାଦକ ନାରାୟଣ ଚନ୍ଦ୍ର ଲେଙ୍କା, ନାରାୟଣ ସାହୁ, କୋଷାଧ୍ୟକ୍ଷ ସୁରେନ୍ଦ୍ର କୁମାର ପରିଡ଼ା, ଉପ ସଭାପତି ଅମୁଲ୍ୟ ମିଶ୍ର, ସାଇଚେତନା ସମ୍ପାଦକ ଚତୁର୍ଭୁଜ ପହି, ଦାଶରଥି ସାହୁ, ସୁଦାମ ଚରଣ ଜେନା, ଦୀପ୍ତି ଦେବଦର୍ଶନୀ ସୁତାର, ବନମାଳୀ ଜେନା , ଅଭୟ କୁମାର ସାମଲ, ପ୍ରଜ୍ଞା ପାରମିତା ସାମଲ, ଅନିରୁଦ୍ଧ ସେଠୀ, ହେମନ୍ତ କୁମାର ନାୟକ, ହରିହର ସାମଲ, ଧୃବାନନ୍ଦ ସେଠୀ, ପ୍ରଶାନ୍ତ କୁମାର ଖଣ୍ଡାୟୀ, ବିନୟ କୁମାର ନାୟକ, ଦେବେନ୍ଦ୍ର କୁମାର ଜେନା, ଶିଶିର କୁମାର ବିଶ୍ଵାଳ, ଚକ୍ରଧର ସାହୁ, ବିକାଶ ବିଶ୍ବାଳ, ପାର୍ଥସୌରଭ ସା, ବସନ୍ତ କୁମାର ବେହେରା, ଶରତ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ମାଧବାନନ୍ଦ ଜେନା, ରାଧାକୃଷ୍ଣ ପତି, ଶାନ୍ତନୁ କୁମାର ରାଉତ, ରମେଶ ଚନ୍ଦ୍ର ନାୟକ, ସତ୍ୟବ୍ରତ ବିଶ୍ବାଳ, ପର୍ଶୁରାମ ନାୟକ, ପାର ସ୍ବାଇଁ, ମଞ୍ଜୁଲତା ବେଜ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ଓ ସହଯୋଗ କରିଥିଲେ ।


