ଚୋରୀ ମାମଲାରେ ୨ ଗିରଫ

ଛତ୍ରପୁର,(ଓ୍ବାଇଏନଏସ):  ଏକ ଚୋରି ମାମଲା ରେ ସାମଗ୍ରୀ ଜବତ ସହିତ ୨ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଛତ୍ରପୁର ଥାନା ପୋଲିସ  l  ପୋଲିସ କହିବା ଅନୁସାରେ ଗତ ତା ୨୧ ଜୁନ୍ ଦିନ କରାତଳି ଗ୍ରାମର ସୂର୍ଯ୍ୟ ପ୍ରଧାନ ଙ୍କ ଅଭିଯୋଗ ଆଧାରରେ ଛତ୍ରପୁର ଥାନାରେ କେସ ନମ୍ବର ୨୫୪/୨୦୨୬ ରୁଜୁ ହୋଇଥିଲା। ଅଭିଯୋଗ ମୁତାବକ ଗତ ତା ୧୭/୧୮ ମଧ୍ୟ ରାତ୍ରରେ କିଛି ଦୁର୍ବୃତ୍ତ କରାପଲି ଗ୍ରାମରେ ଅର୍ଦ୍ଧନିର୍ମିତ କଲ୍ୟାଣ ମଣ୍ଡପ ର ସାମ୍ନା ଗେଟକୁ ଚୋରି କରିନେଇଛନ୍ତି। ଚୋରି ହୋଇଥିବା ଗେଟ୍ ର ଓଜନ ପ୍ରାୟ ୩୦୦ କେଜି। ଘଟଣାର ତଦନ୍ତ ସମୟରେ ବିଭିନ୍ନ ସିସିଟିଭି ଯାଞ୍ଚ ପରେ ପୋଲିସ ଜାଣିବାକୁ ପାଇଲା ଯେ ଘଟଣାରେ ଏକ ମହିନ୍ଦ୍ରା ପିକ୍ ଅପ୍ ବ୍ୟବହାର ହୋଇଛି। ପରେ ଏହି ଘଟଣା ରେ ସମ୍ପୃକ୍ତି ଥିବା ନେଇ କରାତଳି ଗ୍ରାମର ସମୀର ନାହାକ ଓ ପାଣ୍ଡା ଓରଫ ଶିବ ଶଙ୍କର ନାହାକ ଙ୍କୁ ଗିରଫ କରି ପଚାରିବା ପରେ ସମୀର ନାହାକ ଠାରୁ ଚୋରି  ହୋଇଥିବା ଜି.ଆଇ ଗେଟ୍ କୁ ଜବତ କରାଗଲା।  ଚୋରିରେ ବ୍ୟବହୃତ ମହିନ୍ଦ୍ରା ପିକ୍ ଅପ୍ କୁ ଜବତ୍ କରାଯାଇଛି। ପରେ ଅଭିଯୁକ୍ତମାନଙ୍କୁ ମାନ୍ୟବର ଏସଡିଜେଏମ୍ କୋର୍ଟ ରେ ହାଜର କରାଗଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ