ସିଡ୍ନୀ ହାରବର ବ୍ରିଜ୍ର କ୍ଳାଇମ୍ବିଙ୍ଗ୍ର ଅନନ୍ୟ ଅଭିଜ୍ଞତା
ସିଡ୍ନୀ ହାରବର ବ୍ରିଜ୍ର କ୍ଳାଇମ୍ବିଙ୍ଗ୍ ଅଷ୍ଟ୍ରେଲିଆର ଏକ ଅନନ୍ୟ ଅଭିଜ୍ଞତା ସୃଷ୍ଟିକାରୀ କାର୍ଯ୍ୟକ୍ରମ । ଏଥିରେ ଅସାଧାରଣ ପ୍ରାକୃତିକ ସୁନ୍ଦରତା ଚକମକ କରୁଥିବା ହାର୍ବର, ଓସିନ୍ ପୁଲ୍ ଏବଂ ଜାତୀୟ ପାର୍କ ତଥା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯୋଗୁ ସମ୍ଭବପର ହୋଇପାରିଥାଏ ।ଏହି ଅବସରରେ ଆମେରିକା ଗୀତିକାର, ନିର୍ମାତା, ଉଦ୍ୟୋଗୀ, ପରଫରମର ଏବଂ ଫିଲଆନ୍ଥ୍ରୋପିଷ୍ଟ୍ ଡିପ୍ଲୋ ନିଜର ଡିଜେ ପ୍ରଦର୍ଶନ କରିବେ । ସୂର୍ଯ୍ୟାସ୍ତ ସମୟଠାରୁ ସକାଳ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ ।ସେହିପରି ଇଷ୍ଟ ସେଲ୍ ଅପରେଟରଙ୍କ ଦ୍ୱାରା ସିଡ୍ନୀ ହାରବର୍ରେ ୟାଚ୍ ସେଲିଂ କାର୍ଯ୍ୟକ୍ରମ ପ୍ରତିଦିନ ଅନୁଷ୍ଠିତ ହେବ । ମୋଟର ମୋଟ୍ ପ୍ୟାକେଜ ପ୍ରଦାନକାରୀ ଏଠାରେ ୟାଚ୍ ସେଲିଂର ଅନନ୍ୟ ଅଭିଜ୍ଞତା ପ୍ରଦାନ କରିବେ । ସିଡ୍ନୀ ଅପେରା ହାଉସ୍ରେ ସୃଜନଶୀଳ ପ୍ରଦର୍ଶନ କରାଯିବା ସହିତ ସ୍ଥାନୀୟ ସଂସ୍କୃତିର ଉକ୍ରର୍ଷତା ଉପଲବ୍ଧ କରାଯିବ । ସିଡ୍ନୀ ହାରବର କେନ୍ଦ୍ରରେ ଥିବା କକାଠୋ ଆଇଲ୍ୟାଣ୍ଡ୍ ସୁନ୍ଦର ୱାଟର ଫ୍ରଂଟ୍ ଦେଖିବାର ଆନନ୍ଦ ପର୍ଯ୍ୟଟକଙ୍କୁ ମିଳିପାରିବ । ଏଠାରେ ପର୍ଯ୍ୟଟକଙ୍କ ଉପଯୋଗୀ ବିଭିନ୍ନ ପ୍ରକାର କ୍ୟାଟର ବହୁବିଧ ଅନନ୍ୟ ଅଭିଜ୍ଞତା ପ୍ରଦାନ କରିବାକୁ ସକ୍ଷମ ହେବ । ପର୍ଯ୍ୟଟକ ସ୍ଥାନୀୟ ବୋଣ୍ଡି ବିଚ୍ରେ ୨ ଘଂଟିଆ ସର୍ଫିର୍ଙ୍ଗ୍ର ଆନନ୍ଦ ନେଇ ପାରିବେ । ସେହିପରି ତୋରାଙ୍ଗ ଚିଡ଼ିଆଖାନାରେ ବନ୍ୟପ୍ରାଣୀଙ୍କ ମେଳରେ ଏକ ନୂତନ ଅଭିଜ୍ଞତା ଉପଲବ୍ଧି କରିବାର ସୁଯୋଗ ମିଳିବ । ଏଠାରେ କୋଆଲା, ଇଚିଡିନା ଏବଂ ପ୍ଲାଟିପସ୍ ଆଦି ଦେଖିବାର ଅପୂର୍ବ ସୁଯୋଗ ମିଳିପାରିବ ।ଆବରୋଜିନାଲ ଟୁର ପ୍ୟାକେଜ୍ ଦ୍ୱାରା ସ୍ଥାନୀୟ ରୟାଲ ବଟାନିକ୍ ଗାର୍ଡେନ୍ରେ ଦେଢ଼ଘଂଟା ବୁଲିବାର ଅବସର ପ୍ରତି ବୁଧବାର, ଶୁକ୍ରବାର ଏବଂ ଶନିବାର ପୂର୍ବାହ୍ନ ୧୦ଟା ସମୟରେ ମିଳିପାରିବ । ସିଡ୍ନୀ ହାରବର୍ଠାରୁ ୩୫ ମିଟର ଉଚ୍ଚ ଲୁନା ପାର୍କରେ ଥିବା ଫେରିସ୍ ହ୍ୱିଲ୍ରେ ରାତ୍ର ଭୋଜନର ସୁବିଧା ପର୍ଯ୍ୟଟକ ଉପଲବ୍ଧ କରିପାରିବେ । ଏହି ସୁବିଧା ୨୦୧୯ ଅକ୍ଟୋବର ୨୦ରୁ ଡିସେମ୍ବର ୨୯ ପର୍ଯ୍ୟନ୍ତ ସନ୍ଧ୍ୟା ୬ଟାଠାରୁ ଉପଲବ୍ଧ ହେବ । ନିୟୁପୋର୍ଟର ର୍ବେଟ ବାର ଆଣ୍ଡ୍ ବ୍ରାସେରିଜ୍ରେ ଥିବା ସିପ୍ଲୋନ୍ଠାରେ ୪ ପ୍ରକାର ମଧ୍ୟାହ୍ନ ଭୋଜନ ସୁବିଧା ମଧ୍ୟ ଉପଲବ୍ଧ ହେବ । ଏହା ସହିତ ବୋଣ୍ଡି ଠାରୁ କୋଜି ପର୍ଯ୍ୟନ୍ତ ୬ କିଲୋମିଟର ପଦଯାତ୍ରାର ଅନୁଭୁତି ମଧ୍ୟ ପର୍ଯ୍ୟଟକ ଉପଲବ୍ଧି କରିପାରିବେ ।


