ବୁଲିଲା ଜନ ସେବା ରଥ ଦୁର୍ଗମ ଗ୍ରାମାଞ୍ଚଳରେ ସେବା ସହ ସଚେତନତା ର ବାର୍ତ୍ତା

ରାଇକିଆ, (ଓ୍ବାଇଏନ୍ଏସ୍):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ପ୍ରଶାସନ ତରଫରୁ ଦୁର୍ଗମ ଅଞ୍ଚଳ ରେ ଲୋକଙ୍କୁ ସାଧାରଣ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟ ରେ ସୋମବାର ଠାରୁ ଆରମ୍ଭ କରାଯାଇଛି ଜନ ସେବା ରଥ । ଏହି ରଥ ଦୁର୍ଗମ ଅଞ୍ଚଳ ରେ ପହଞ୍ଚି ହିତାଧିକାରୀ ଙ୍କୁ ଭତା ଓ ଚାଉଳ ଯୋଗାଇଦିଆଯିବ । କୋରନା ର ଦ୍ଵିତୀୟ ଲହରୀ ଯୋଗୁଁ ସମଗ୍ର ରାଜ୍ୟ ରେ ଲକ୍ ଡାଉନ୍ ଜାରି ରହିଛି । ଲୋକଙ୍କ ପାଇଁ କୌଣସି କାମ ରେ ପଞ୍ଚାୟତ କାର୍ଯ୍ୟାଳୟ କୁ ଆସି ପାରୁ ନାହାଁନ୍ତି । ବିଶେଷ କରି ଅପହଞ୍ଚ ଇଲାକା ର ଭିନ୍ନକ୍ଷମ, ବୃଦ୍ଧବୃଦ୍ଧା ଙ୍କ ପାଇଁ ଏହା ଏକ ବଡ ସମସ୍ୟା ଭାବେ ଦେଖା ଦେଇଛି । ଏହାକୁ ଦୃଷ୍ଟି ରେ ରଖି ଦୁର୍ଗମ ଗ୍ରାମାଞ୍ଚଳର ହିତାଧିକାରୀ ଙ୍କୁ ହାତ ପାନ୍ତ ରେ ସେବା ଯୋଗାଇବା ସହ କରୋନା ସମ୍ପର୍କିତ ସଚେତନତା କରାଯାଉଛି । ଅନ୍ୟ ପକ୍ଷରେ କରୋନା ସଂକ୍ରମଣ ଗ୍ରାମାଞ୍ଚଳ ରେ ମଧ୍ୟ କାୟା ବିସ୍ତାର କରୁଛି । କରନା ସମ୍ପର୍କିତ ସଚେତନତାକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି । ସୋମବାର ବିଡିଓ ପ୍ରବୀଣ କୁମାର୍ ବାଣୁଆ ସୁଗଡବାଡି ପଞ୍ଚାୟତର ରାଡାବାଲି ଗ୍ରାମରେ ପହଞ୍ଚି ଲୋକଙ୍କୁ ଭତ୍ତା ଏବଂ ମାସ୍କ ବଣ୍ଟନ କରି କରୋନା ର ଭୟାବହତା ଏବଂ ସତର୍କତା ସମ୍ପର୍କିତ ସୂଚନା ପ୍ରଦାନ କରି ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ