5 ଅପାରଗ କର୍ମଚାରୀଙ୍କୁ ଅବସର ନୋଟିସ୍ , ସ୍କାନରରେ 30

ଛତ୍ରପୁର: ଫାଇଭ୍ ଟି ମାନଦଣ୍ଡରେ ଗଞ୍ଜାମ ଜିଲ୍ଲାର ଯେଉଁ ସରକାରୀ କର୍ମଚାରୀମାନେ କାର୍ଯ୍ୟକ୍ଷେତ୍ରରେ ନିଜର ପାରଦର୍ଶୀତା ପ୍ରତିପାଦନ କରିପାରୁ ନାହାନ୍ତି କିମ୍ବା ଅହେତୁକ ଅବହେଳା କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ଖଡ୍ଗ ହସ୍ତରେ ନିଷ୍ପତ୍ତି ନେବାକୁ ପଛଘୁଞ୍ଚା ହେଉ ନାହାନ୍ତି । ଗତକାଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କ ଅଧ୍ୟକ୍ଷତାରେ ଉଚ୍ଚ ପଦାଧିକାରୀମାନଙ୍କୁ ନେଇ ଅନୁଷ୍ଠିତ ସମୀକ୍ଷା ବୈଠକରେ ପାଞ୍ଚଜଣ ଅପାରଗ କର୍ମଚାରୀଙ୍କୁ ତୁରନ୍ତ ଅବସର ଦେବାପାଇଁ ନୋଟିସ୍ ଜାରି କରାଯାଇଥିଲା । ଏଥିରେ ଉପ ବିଭାଗ ଅଧିକାରୀ, ବରିଷ୍ଠ ରାଜସ୍ବ ସହାୟକ ଏବଂ ସହାୟକ ରାଜସ୍ବ ନିରୀକ୍ଷକ ପ୍ରଭୃତି କର୍ମଚାରୀ ଅନ୍ତର୍ଭୁକ୍ତ ଅଟନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ବିଭାଗରେ ଅନ୍ୟଯେଉଁ କର୍ମଚାରୀ ମାନେ ସରକାରୀ କାର୍ଯ୍ୟକୁ ହେୟ ମନେ କରୁଛନ୍ତି ତାହାର ଏକ ତାଲିକା ପ୍ରସ୍ତୁତ କରାଯାଇଛି । ତିରିଶି ଜଣ କର୍ମଚାରୀ ଙ୍କ ନାମ ଉକ୍ତ ତାଲିକାରେ ଅଛି । ସବିଶେଷ ବିବରଣୀ ଅନୁଧ୍ୟାନ ପରେ ତୁରନ୍ତ ଏମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଅବସର ନୋଟିସ୍ ଜାରୀ କରାଯିବ । କାର୍ଯ୍ୟରେ ନିପୁଣ ନଥିବା କର୍ମଚାରୀ ଯେଉଁ ମାନଙ୍କର ବୟସ ୫୦ ବର୍ଷରୁ ଉର୍ଦ୍ଧ୍ବ କିମ୍ବା କାର୍ଯ୍ୟଅବଧି ୩୦ ବର୍ଷରୁ ଅଧିକ ସେହି ମାନଙ୍କୁ ଅବସର ଦେବାପାଇଁ ଜିଲ୍ଲା ପ୍ରଶାସନ ଅଧିକ ଧ୍ୟାନ ଦେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ