ପାହାଡ଼ରୁ ଖସି ୩୦ ଫୁଟ ତଳେ ଗଛରେ ଲାଗିଛି ହାତୀର ମୃତଦେହ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):ମୟୁରଭଞ୍ଜ ଜିଲ୍ଲାର ବିଶ୍ୱ ଐତିହ୍ୟ ମାନ୍ୟତା ପ୍ରାପ୍ତ ଶିମିଳିପାଳ ଅଭୟାରଣ୍ୟ ହେଉଛି ହସ୍ତୀ ଓ ବ୍ୟାଘ୍ର ପ୍ରକଳ୍ପ । ଏସିଆର ଦ୍ୱିତୀୟ ଜୈବ ମଣ୍ଡଳ ଶିମିଳିପାଳରେ  ଏକ ଅଭାବନୀୟ ଘଟଣା ଘଟିଛି । ଏକ ମାଈ ହାତୀର ମୃତଦେହ ଠାବ କରାଯାଇଛି । ବାଘ ଗଣନା ପାଇଁ ଯାଇଥିବା ବନବିଭାଗ କର୍ମଚାରୀ ଏହି ମୃତ ହାତୀଟିକୁ ଦେଖିବାକୁ ପାଇଥିଲେ । ଉତ୍ତର ଶିମିଳିପାଳର ନଅଣା ରେଞ୍ଜର କୋର ଏରିଆରେ ହାତୀର ମୃତ୍ୟୁ ହେଇଛି । ପାହାଡ଼ରୁ ଖସି ୩୦ ଫୁଟ ତଳେ ଗଛରେ ଲାଗିଛି ହାତୀର ମୃତ ଦେହ । ପାହାଡ଼ରୁ ଖସି ହାତୀ ମୃତ୍ୟୁ ହେଇଥିବା ସନ୍ଦେହ କରୁଛି ବନଭିଭାଗ । ଆଜି ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଏବଂ ଉତ୍ତର ଶିମିଳିପାଳ ଡେପୁଟି ଡ଼ାଇରେକ୍ଟରଙ୍କ ଉପସ୍ଥିତରେ ହାତୀ ଶବ ବ୍ୟବଚ୍ଛେଦ କରାଯାଇଛି । ଏହି ହାତୀଟିର ବୟସ ପାଖାପାଖି ୪୦ ହେଇଥିବା ବେଳେ, ହାତୀଟି ମାଈ ହାତୀ ହୋଇଥିବା ବନଭିଭାଗ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ