ସମାଜସେବୀ ବିମ୍ବାଧର ନାୟକଙ୍କ ପରଲୋକ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଇଞ୍ଚୋଳ ଗ୍ରାମର ସମାଜସେବୀ ତଥା ବିଶିଷ୍ଟ ବ୍ୟବସାୟୀ ବିମ୍ବାଧର ନାୟକଙ୍କ ୭୫ବର୍ଷ ବୟସରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ବିଧବାପତ୍ନୀ ସ୍ୱଦେସ୍ନା ନାୟକ, ମାନ ନାୟକ, ପୁଅ ହରେକୃଷ୍ଣ, ଶ୍ରୀକାନ୍ତ, ଶଶିକାନ୍ତ, ଭାଗିରଥି, ଭାଇ ରଙ୍ଗାଧର, ପୁତୁରା ସନ୍ତୋଷ, ଝିଅ ସୌଦାବିନୀ, ଜ୍ୱାଇଁ ବୁଲ, ବୋହୁ ପ୍ରୀୟତମା, ଲକ୍ଷ୍ମୀପ୍ରୀୟା ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ପରଲୋକରେ ଇଞ୍ଚୋଳ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଖବରପାଇ ପୁର୍ବତନ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ସରପଞ୍ଚ ପାର୍ବତୀ ନାଇକ, ସଶ୍ମିତା ମହାପାତ୍ର, ପଞ୍ଚାୟତ ବିଜେଡି ସଭାପତି ଅଭିମନ୍ୟୁ ସେଠୀ, ସୁବାସ ମହାପାତ୍ର, ବିଜୟ ମହାପାତ୍ର, ଅନନ୍ତ ଗୋପାଳ ପଣ୍ଡା, ଅକ୍ଷୟ ସ୍ୱାଇଁ, ମୁକ୍ତିକାନ୍ତ ପଣ୍ଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ପରେ ତାଙ୍କ ମରଶରୀରକୁ ଏକ େ।।ଭାଯାତ୍ରାରେ ନିଆଯାଇ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ବଡପୁଅ ହରେକୃଷ୍ଣ ମୁଖାଗ୍ନି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ