ଜେଏସପି-ବଡ଼ବିଲ ଦ୍ୱାରା ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱଚ୍ଛତା ଅଭିଯାନ ଏବଂ ୱାକଥନର ଆୟୋଜନ

ଯୋଡା/ବଡ଼ବିଲ, (ସମୀର କୁମାର ଦାସ):ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ‘ସ୍ୱଚ୍ଛ ଭାରତ ମିଶନ’ରେ ଯୋଗଦାନ ସ୍ୱରୂପ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି), ବଡ଼ବିଲ ଦ୍ୱାରା ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ‘ସ୍ୱଚ୍ଛତା ଅଭିଯାନ’ ଏବଂ ୱାକଥନ୍ ଆୟୋଜିତ ହୋଇଥିଲା । ଏଥିରେ କର୍ମଚାରୀ, ସେମାନଙ୍କ ପରିବାର ସଦସ୍ୟ, ସ୍ଥାନୀୟ ସରକାରୀ ଅଧିକାରୀ ଏବଂ ନିକଟସ୍ଥ ଗ୍ରାମବାସୀ ବୃନ୍ଦ ଅଂଶ ଗ୍ରହଣ କରିଥିଲେ । ୟୁନିଟ୍ ମୁଖ୍ୟ, ଶ୍ରୀ ବ୍ରିଜ୍ ବଧଦ୍ର, ସକାଳ ୮.00 ଘଟିକା ସମୟରେ ୱାକଥନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୟୁନିଟର ମାନବସମ୍ଭଳ ବିଭାଗ ମୁଖ୍ୟ, ଶ୍ରୀ ସରତ କିଶୋର ପଣ୍ଡା, ସ୍ଥାନୀୟ ପୋଲିସ ଅଧିକାରୀ, ଶ୍ରୀ ଖିରୋଦ ଜେନା, କମ୍ପାନୀର ବରିଷ୍ଠ ଅଧିକାରୀ ଓ ଆଖପାଖ ଗ୍ରାମର ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଏହି ‘ସ୍ୱଚ୍ଛତା ଅଭିଯାନ’ ଓ ୱାକଥନ୍ ବିଲେଇପଦା ମାର୍କେଟ ଛକରୁ ଆରମ୍ଭ ହୋଇ ଜେଏସପି, ପେଲେଟ୍ ପ୍ଲାଣ୍ଟର ଫାଟକ ନିକଟରେ ଶେଷ ହୋଇଥିଲା | ୫୦୦ରୁ ଅଧିକ ବ୍ୟକ୍ତି ଏଥିରେ ଅଂଶ ଗ୍ରହଣ କରି ଦୀର୍ଘ ୩ କିଲୋମିଟର ରାସ୍ତା ଓ ବିଲେଇପଦା ମାର୍କେଟ ଅଂଚଳକୁ ସଫା କରିଥିଲେ | ଜେଏସପିର କର୍ମଚାରୀଙ୍କ ବ୍ୟତୀତ ସ୍ଥାନୀୟ ଗ୍ରାମବାସୀ ଓ ସରକାରୀ ଅଧିକାରୀମାନେ ଏହି ସ୍ୱଚ୍ଛତା ଅଭିଯାନ ଏବଂ ୱାକଥନରେ ଯୋଗ ଦେଇ ‘ଫିଟ ଭାରତ ଓ ଫିଟ ଜିନ୍ଦଲ’ କ୍ୟାମ୍ପେନ ମାଧ୍ୟମରେ ଶାରୀରିକ ସୁସ୍ଥତା ଉପରେ ସଚେତନତା ସୃଷ୍ଟି କରିଥିଲେ। ଶ୍ରୀ ସରତ କିଶୋର ପଣ୍ଡାଙ୍କ ନେତୃତ୍ୱରେ ମାନବସମ୍ଭଳ ବିଭାଗ ଦ୍ୱାରା ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଅଥିଲା | ଏହି ପଦକ୍ଷେପକୁ ପ୍ରଶଂସା କରି ୟୁନିଟ୍ ମୁଖ୍ୟ, ଶ୍ରୀ ବଧଦ୍ର କହିଛନ୍ତି, “କର୍ମଚାରୀମାନଙ୍କ ଦ୍ୱାରା ଗାନ୍ଧୀ ଜୟନ୍ତୀ ଭଳି ଏକ ପବିତ୍ର ଦିନରେ ସ୍ୱଚ୍ଛତା କାର୍ଯ୍ୟକ୍ରମ, ସ୍ଥାନୀୟ ଜନସାଧାରଣ ଓ ସରକାରୀ ଅଧିକାରୀମାନଙ୍କ ସକ୍ରିୟ ଯୋଗଦାନରେ ଆୟୋଜନ ନିଶ୍ଚିତରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହି ପ୍ରୟାସର ଉଦ୍ଦେଶ୍ୟ ହେଉଛି ପରିପାର୍ଶ୍ଵିକ ସ୍ୱଚ୍ଛତା ସମ୍ଭନ୍ଧରେ ସମାଜରେ ସଚେତନତା ସୃଷ୍ଟି କରିବା, ଏବଂ ୱାକଥନ୍ କର୍ମଚାରୀମାନଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ଫିଟ୍ ରଖିବା ଉଦ୍ଧେସ୍ୟରେ ଆୟୋଜନ କରାଯାଇଥିଲା।”

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ