ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ଯାତ୍ରୀନିବାସରେ ପଖାଳ ଦିବସ ପାଳିତ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ବିଶ୍ୱ ପଖାଳ ଦିବସ ଅବସରରେ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ଯାତ୍ରୀନିବାସ ସମେତ ସୂର୍ଯ୍ୟ ମନ୍ଦିର ସମ୍ମୁଖ ଗିତାଞ୍ଜଳୀ ରେଷ୍ଟୁରାଣ୍ଟ ଓ ଚନ୍ଦ୍ରଭାଗାର ସ୍ଥିତ ବିଚି କାଫେରେ ପଖାଳ ଦିବସ ପାଳିତ ହୋଇଯାଇଛି। କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମିୟ ରଞ୍ଜନ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ, ପ୍ରଧାନଶିକ୍ଷକ ଲକ୍ଷ୍ମଣ କୁମାର ରଥ ଯୋଗଦେଇ ପଖାଳର ଉପକାରିତା ଓ ମହନୀୟତା ଉପରେ ଆଲୋକପାତ କରିବା ସହିତ ଦୈନଦିନ ଜୀବନରେ ପଖାଳକୁ ଗୁରୁତ୍ଵ ଦେବାକୁ ମତବ୍ୟକ୍ତ କରିଥିଲେ। ଯାତ୍ରୀ ନିବାସକୁ ଆସିଥିବା ପର୍ଯ୍ୟଟକ ମାନେ ପଖାଳ ସହିତ ବିଭିନ୍ନ ସ୍ବାଦିଷ୍ଟ ଆମିଷ ଓ ନିରାମିଷ ବ୍ୟଞ୍ଜନ ଖାଈ ଖୁସି ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ