ନନ୍ଦିପଦା ହାଇସ୍କୁଲରେ ସାହିତ୍ୟ ସୃଜନୀ ପ୍ରଶିକ୍ଷଣ କର୍ମଶାଳା
ହାଟଡିହିି, (ବିକାଶ ବିଶ୍ୱାଳ):ନନ୍ଦିପଦା ହାଟ ହାଇସ୍କୁଲ ପରିସରରେ ବ୍ଲକ ସ୍ତରୀୟ ସାହିତ୍ୟ ସୃଜନୀ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଛି । ୨ଦିନ ଧରି ଚାଲିବାକୁ ଥିବା ଏହି ପ୍ରଶିକ୍ଷଣ ଶିବିରକୁ ହାଟଡିହି ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇ, ଏବିଇଓ ପ୍ରମୋଦ ନାୟକ, ପ୍ରଧାନ ଶିକ୍ଷକ ବ୍ରହ୍ମାନନ୍ଦ ତ୍ରିପାଠୀ ପ୍ରମୁଖ ଆନୁଷ୍ଠାନିକ ଭାବେ ଉଦଘାଟନ କରି କର୍ମଶାଳାର ମହତ୍ୱ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ହାଟଡିହି ବ୍ଲକର ୪୮ଟି ହାଇସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦେଇ ଥିବାବେଳେ ହରେକୃଷ୍ଣ ଜେନା, ଅରୁଣ କୁମାର ଜେନା, ହରିହର ପଣ୍ଡା ପ୍ରମୁଖ ପ୍ରଶିକ୍ଷକ ଭାବେ ଯୋଗଦେଇ ସାହିତ୍ୟ ସୃଷ୍ଟି ଉପରେ ପ୍ରଶିକ୍ଷଣ ଦେଇଥିଲେ । ଛାତ୍ରଛାତ୍ରୀମାନେ କିପରି ଗଳ୍ପ, ଉପନ୍ୟାସ, ଚିତ୍ରାଙ୍କନ, କବିତା ଆଦି ବିଷୟରେ ଦକ୍ଷତା ଲାଭ କରିପାରିବେ ସେ ନେଇ ଶିକ୍ଷକ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି ।