ପାଞ୍ଚ ତାମିଲ ଶାସନ ହଟାଇ ଦିଅନ୍ତୁ ଇଣ୍ଡିଆନ ସିଟିଜେନସ୍ ପାର୍ଟିର ଆହ୍ୱାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଫିରିଙ୍ଗମାନଙ୍କ ଅତ୍ୟାଚାର ବିରୁଦ୍ଧରେ ନିଆଁ ଜାଳି ଇଣ୍ଡିଆକୁ ସ୍ୱାଧୀନତା ଦେଇଥିବା ବୀର ଓଡ଼ିଆମାନେ ୫-ଟି ପାଞ୍ଚ ତାମିଲଙ୍କ ଅତ୍ୟାଚାର ଓ ନିର୍ଯ୍ୟାତନାରୁ ମୁକ୍ତ କରିବା ପାଇଁ ଇଣ୍ଡିଆନ ସିଟିଜେନ୍ସ ପାର୍ଟି (ଆଇ.ସି.ପି) ସଭାପତି ରମେଶ ଚନ୍ଦ୍ର ରାଉତ ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଫାଇବ୍ ଟି ବା ପାଞ୍ଚ ତାମିଲ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କରାୟତ କରି ୨୦୧୧ ମସିହା ଠାରୁ ଓଡ଼ିଆମାନଙ୍କ ବିରୁଦ୍ଧରେ ଚକ୍ରାନ୍ତ କରି ଓଡ଼ିଶାର ଖଣି ଖାଦାନ ଲୁଟ୍ କରି ଚାଲିଛନ୍ତି ଏବଂ ଓଡ଼ିଶାର ଘରବାଡ଼ି ଚାଷଜମି ଅକ୍ତିଆର କରି ଚାଲିଛନ୍ତି । ଓଡ଼ିଶା ଶାସନ କାଳ ଯଥା ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ବିଧାୟିକାମାନଙ୍କୁ ଓଡ଼ିଶାବାସୀ ଭେଟିପାରୁ ନାହାଁନ୍ତି । ଗଣତନ୍ତ୍ରକୁ ହତ୍ୟା କରି ଓଡ଼ିଶାରେ ୫-ଟି ପାଞ୍ଚ ତାମିଲ ଶାସନ ଚାଲିଛି । ସାମ୍ବାଦିକମାନଙ୍କୁ ଲୋକସେବା ଭବନ ସମେତ ସରକାରୀ କାର୍ଯ୍ୟାଳୟମାନଙ୍କୁ ଅବାଧ ପ୍ରବେଶକୁ ବନ୍ଦ କରିଛନ୍ତି । ବରିଷ୍ଠ ରାଜନେତାମାନଙ୍କୁ ଦାଦନ ଶ୍ରମିକରେ ପରିଣତ କରିଛନ୍ତି ଏବଂ ନିର୍ଯ୍ୟାତନା ଦେଉଛନ୍ତି । ବରିଷ୍ଠ ପ୍ରଶାସକ ମାନଙ୍କୁ ଭୟଭୀତ କରି ନିର୍ଯ୍ୟାତନା ଦେଉଛନ୍ତି । ସରକାରୀ କର୍ମଚାରୀମାନଙ୍କୁ ଗୋତିଶ୍ରମିକ ଭଳି ବିଜୁ ଜନତା ଦଳର ଦଳୀୟ ସାଂଗଠନିକ କାର୍ଯ୍ୟରେ ଲଗାଇଛନ୍ତି । ସାରା ଓଡ଼ିଶାରେ ବିଜୁଳି ଧପ୍ ଧପ୍ କରୁଛନ୍ତି । ଦୁର୍ଘଟଣାରେ ହଜାର ହଜାର ଲୋକଙ୍କୁ ମାରୁଛନ୍ତି । ଘଡ଼ଘଡ଼ି ବିଜୁଳି, ସାପ କାମୁଡ଼ା, ହାତୀ ଶୁଣ୍ଢରେ ଏବଂ କୁମ୍ଭୀର ଆଁରେ ହଜାର ହଜାର ଲୋକଙ୍କୁ ମାରୁଛନ୍ତି । ଓଡ଼ିଆର ଖଣି ଖାଦାନ, ପାହାଡ଼, ବାଲି ଲୁଟ୍ କରି ଚାଲିଛନ୍ତି । ଓଡ଼ିଶାକୁ ଋଣଗ୍ରସ୍ତ କରିସାରିଲେଣି । ଓଡ଼ିଶାର ରାଜକୋଷ ଅପବ୍ୟୟ, ଅପଚୟ କରିଚାଲିଛନ୍ତି । ତୃଣମୂଳସ୍ତରର ଲୋକପ୍ରତିନିଧି ଯଥା-କର୍ପୋରେଟର, କାଉନସିଲର, ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା, ପଞ୍ଚାୟତ ସମିତି ସଭ୍ୟ, ସଭ୍ୟା, ସରପଞ୍ଚ, ନାଏବ ସରପଞ୍ଚ ଏବଂ ୱାର୍ଡ଼ମେମ୍ବର ମାନଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ଅଧିକାର ଓ ପ୍ରାପ୍ୟ ଦେବାରେ ବ୍ୟାଘାତ ସୃଷ୍ଟି କରୁଛନ୍ତି । ଅବସରପ୍ରାପ୍ତ କର୍ମଚାରୀମାନଙ୍କ ଚାକିରିକାଳକୁ ବଢେଇ ଦେଉଛନ୍ତି । ପୁନଃନିଯୁକ୍ତି ଦେଉଛନ୍ତି, କିନ୍ତୁ ଗରିବ ବେକାରୀ, ବେରୋଜଗାରୀ ଓଡ଼ିଆ ଯୁବକ, ଯୁବତୀ ଚାକିିରି ନପାଇ ଆତ୍ମହତ୍ୟା କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖେଳନା ମୁଖ୍ୟମନ୍ତ୍ରୀରେ ପରିଣତ କରିଛନ୍ତି । ଓଡ଼ିଶାରେ ଲଲିପପ୍ ଶାସନ ଚାଲିଛି । ସାମ୍ବାଦିକ, ଆଇନଜୀବୀ, ତୃଣମୂଳ ଲୋକପ୍ରତିନିଧି, ସରକାରୀ କର୍ମଚାରୀ, ବ୍ୟବସାୟୀ, କୃଷକ, ଶ୍ରମିକ, ଡ୍ରାଇଭର, ଆଉଟ ସୋର୍ସିଂ କର୍ମଚାରୀ, ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ମାନଙ୍କୁ ୫-ଟି ସେମାନଙ୍କର ନ୍ୟାର୍ଯ୍ୟ ଅଧିକାରରୁ ବଞ୍ôଚତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଜଣେ କନିଷ୍ଠ ଅଫିସର ଭି.କେ ପାଣ୍ଡିଆନ ଓଡ଼ିଶାକୁ ଏକ ଋଣଗ୍ରସ୍ତ ରାଜ୍ୟ ଅଗଣତାନ୍ତ୍ରିକ ଶାସନର ରାଜ୍ୟ, ଅପବ୍ୟୟ ଓ ଅପଚୟର ରାଜ୍ୟ, ମାନବିକ ଅଧିକାରରୁ ବଞ୍ôଚତ ରାଜ୍ୟବାସୀ ସାମ୍ବିଧାନିକ ଓ ନାଗରିକ ଅଧିକାରରୁ ବଞ୍ôଚତ । ରାଜ୍ୟ, ଉତ୍ତପ୍ତ ଓ ନିଆଁ ପିଣ୍ଡୁଳାର ରାଜ୍ୟ ଦୁର୍ଘଟଣାରେ ମୃତ୍ୟୁର ହାହାକାରର ରାଜ୍ୟ, ବିଜୁଳି ଘଡ଼ଘଡ଼ିରେ ମୃତ୍ୟୁର ହାହାକାରର ରାଜ୍ୟ, ସାପ କାମୁଡ଼ାରେ ମୃତ୍ୟୁରେ ହାହାକାର ରାଜ୍ୟ, ହାତୀଶୁଣ୍ଢରେ କଚାଡ଼ି ମାରିବାର ହୃଦୟ ବିଦାରକ ଦୃଶ୍ୟ, କୁମ୍ଭୀର ଟାଣି ଖାଇବାର ରାଜ୍ୟ, ନକ୍ସଲମାନଙ୍କ ଦ୍ୱାରା ନିରୀହ ଲୋକଙ୍କ ମୁଣ୍ଡକାଟ ଶାସ୍ତିର ରାଜ୍ୟ, ଗାଁ ସାହି ବସ୍ତିରେ କଙ୍ଗାରୁ କୋର୍ଟର ଶାସନ, ରାସ୍ତାଘାଟରେ ଗୁଣ୍ଡା ବଦମାସଙ୍କ ଅତ୍ୟାଚାର, ପିଇବା ପାଣି ନ ପାଇ କଡ୍‌ନୀ ରୋଗରେ ଷଢୁଥିବା ରାଜ୍ୟ, ମଶା କାମୁଡ଼ାରେ ଜ୍ୱର ଓ ଫାଇଲେରିଆରେ ରହୁଥିବା ରାଜ୍ୟ, ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟରେ ର‌୍ୟାଗିଂ ଅତ୍ୟାଚାରର କୁନିକୁନି ପିଲାମାନଙ୍କ ଉପରେ ବେତ୍ରାଘାତ ଓ ନିର୍ଯ୍ୟାତନା ରାଜ୍ୟରେ ପରିଣତ କରିଛନ୍ତି ବୋଲି ଇଣ୍ଡିଆନ ସିଟିଜେନସ୍ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି । ତେଣୁ ଇଣ୍ଡିଆନ ସିଟିଜେନସ୍ ପାର୍ଟି ଓଡ଼ିଶାରୁ ନବୀନ ପଟ୍ଟନାୟକ ହଟାଅ, ୫-ଟି ପାଞ୍ଚ ତାମିଲ ହଟାଅ ଆହ୍ୱାନ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ