ଜନ୍ମଦିନରେ ପାଠ୍ୟ ଉପକରଣ ବଣ୍ଟନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଚନ୍ଦକା ଗ୍ରାମ ପଞ୍ଚାୟତର କୁଦିମହଲଠାରେ ବିଶିଷ୍ଟ ସମାଜସେବୀ ତଥା ବିଜେବି କଲେଜର ପୂର୍ବତନ ଉପାଧ୍ୟକ୍ଷା ଡଃ ରୀତା ପତିଙ୍କ ଜନ୍ମଦିନ ଅବସରରେ ସ୍ୱେଚ୍ଛାସେବୀ ସେବା କେନ୍ଦ୍ର ଭୁବନେଶ୍ୱର ତରଫରୁ ଛୋଟ ଛୋଟ ପିଲାମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରାଯାଇଥିଲା ଏବଂ ଛୋଟ ଛୋଟ ପିଲାମାନଙ୍କୁ କହିଥିଲେ ଯେ, ତମେ ଦିନ ବଡ଼ ହୋଇ ଦେଶର ନାମ ରଖିବ । ତେଣୁ ସେଥିପ୍ରତି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ସ୍ୱେଚ୍ଛାସେବୀ କେନ୍ଦ୍ର ତରଫରୁ ଚାଲୁଥିବା ମା’ ତୁଳସୀଦେଇପୁର ଶିଶୁ ସଂଘକୁ ପରିବର୍ତ୍ତନ କରି ଡଃ ରୀତା ପତି ଶିଶୁ ଶିକ୍ଷା କେନ୍ଦ୍ର ରଖାଗଲା ଯାହା ସେହି ସଂଘରେ ପିଲାମାନଙ୍କୁ ପ୍ରତିଦିନ ମାଗଣା ଶିକ୍ଷା ପ୍ରଦାନ କରାଯିବ । ଯାହାର ସମସ୍ତ ଅର୍ଥରାଶି ଡଃ ପତି ବହନ କରିବେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ ଡଃ ଗୋବିନ୍ଦ ଚନ୍ଦ୍ର ଦାସ ଏବଂ କେନ୍ଦ୍ରର ସମ୍ପାଦକ ବାପି ନାୟକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ