ରାଜ୍ୟସ୍ତରୀୟ ପ୍ରବନ୍ଧ ଓ ଭାଷାଜ୍ଞାନ ପ୍ରତିଯୋଗୀତାର ପୁରସ୍କାର ବଣ୍ଟନ ଉତ୍ସବ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକରେ ସମ୍ବାଦ ଓ ଆମ ଓଡିଶା ପକ୍ଷରୁ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ପ୍ରବନ୍ଧ, ଭାଷାଜ୍ଞାନ ଓ ଚିତ୍ରାଙ୍କନ ପ୍ରତିଯୋଗୀତାର ସଫଳ ପ୍ରତିଯୋଗୀ ମାନଙ୍କୁ ଆଜି ପୁସ୍କାର ବଣ୍ଟନ କରାଯାଇଛି । ଶାସଙ୍ଗ ହାଇସ୍କୁଲ ଠାରେ ପ୍ରଧାନ ଶିକ୍ଷକ ନବକିଶୋର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହାଟଡିହି ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇ, ପୁର୍ବତନ ଏବିଇଓ ଅମୁଲ୍ୟ କୁମାର ମିଶ୍ର, ସୋସୋ ଗାର୍ଲସ ହାଇସ୍କୁଲର ଶିକ୍ଷକ ମୋହନ କୁମାର ମହାନ୍ତି ପ୍ରମୁଖ ଅତିଥି ଭାବେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗୀତା ମନୋଭାବ ସୃଷ୍ଟି କରୁଥିବାରୁ ସମ୍ବାଦର ଏପରି ଭୁମିକାକୁ ପ୍ରସଂଶା କରିଥିଲେ । ଶିକ୍ଷା ଗ୍ରହଣର ଅନ୍ତ ନାହିଁଁ, ତେଣୁ ଛାତ୍ରଛାତ୍ରୀମାନେ ସଫଳତା ପାଇଯିବାପରେ ଉତଫୁଲିତ ନହୋଇ ଅଧିକରୁ ଅଧିକ ସଫଳତା ପାଇଁ ଚେଷ୍ଟା କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଚିତ୍ରାଙ୍କନରେ ଦିବ୍ୟଶ୍ରୀ ରାଉତ, ସୁଶ୍ରୀ ସଂଗୀତା ପୁହାଣ ଅଂଶୁମାନ ସେଠୀ , ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗୀତାରେ ରାଜଶ୍ରୀ ରାଜଲକ୍ଷ୍ମୀ ରଣା, ଦିବ୍ୟାରାଣୀ ଲେଙ୍କା ,ଶ୍ରାବଣୀ ଜେନା ଭାଷାଜ୍ଞାନ ଓ ପବନ୍ଧ ପ୍ରତିଯୋଗୀତାରେ ଦିପ୍ତୀମୟୀ ଆୟ. ସ୍ୱସ୍ତିକା ସାହୁ ଜ୍ୟୋତିରଞ୍ଜନ ପହି ପ୍ରମୁଖ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ବିଶେଷକରି ୧୬ବର୍ଷ ହେଲା ସମ୍ବାଦ ଆମ ଓଡିଶା ପ୍ରତିଯୋଗୀତାରେ ସହଯୋଗ କରିଆସୁଥିବା ଶିକ୍ଷକ ମୋହନ କୁମାର ମହାନ୍ତି ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ପ୍ରତିଯୋଗୀ ମାନଙ୍କୁ ଅକ୍ସଫୋର୍ଡ ଆଟଲାସ ପୁସ୍ତିକା ପ୍ରଦାନ କରିଥିଲେ । ହାଟଡିହିର ସମ୍ବାଦ ପ୍ରତିନିଧି କିଶୋର ଆଚାର୍ଯ୍ୟ ପ୍ରାରମ୍ଭିକ ସୁଚନା ଦେଇଥିବାବେଳେ ସାମ୍ବାଦିକ ବିଭୁତି ଭୁଷଣ ଜେନା, ପାର୍ଥ ସୌରଭ ସା, ଶିକ୍ଷକ ରାଧାକୃଷ୍ଣ ପତି, ଶିଶିର କୁମାର ବିଶ୍ୱାଳ, ପଦ୍ମନାଭ ପଣ୍ଡା, ମାଧବାନନ୍ଦ ଜେନା, ଲକ୍ଷ୍ମୀକାନ୍ତ ମିଶ୍ର, ଶାନ୍ତନୁ କୁମାର ରାଉତ, ପ୍ରଦୀପ କୁମାର ସ୍ୱାଇଁ, ରମେଶ ଚନ୍ଦ୍ର ନାୟକ, ପର୍ଶୁରାମ ନାୟକ, ସତ୍ୟବ୍ରତ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ