କରଗୋଳା ଘାଟରୁ ବେଆଇନି ବାଲି ଉଠାଣ ଘଟଣାରେ ଗୋଟିଏ ଟ୍ରାକ୍ଟର ଜବଦ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ତହସିଲ ଅଧିନସ୍ଥ କରଗୋଳା ବୈତରଣୀ ବାଲିଘାଟରୁ ଦୈନଦିନ ଶହଶହ ଟ୍ରାକ୍ଟର ବାଲି ଚୋରା ଚାଲାଣ ହେଉଥିବା ସମ୍ପର୍କରେ ଅଭିଯୋଗ ହେବାସହ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ପୁଲିସ ତତ୍ପରତା ଦେଖାଇଛି । ପୁଲିସ କି ପ୍ରଶାସନ ପାଖରୁ ଚଢ଼ାଉ କରିବାକୁ ଗଲାବେଳେ ରାସ୍ତାରେ ଛକି ରହିଥିବା କିଛି ଟ୍ରାକ୍ଟର ମାଲିକ ପୁର୍ବରୁ ସୁଚନା ଦେଇଦେଉ ଥିବାରୁ ଚଢ଼ାଉ ପୁର୍ବରୁ ମାଫିଆମାନେ ସତର୍କ ହୋଇଯାଇ ଟ୍ରାକ୍ଟର ଗୁଡିକୁ ହଟାଇ ଦେଉଥିଲେ । ଯାହାଦ୍ୱାରାକି ପୁଲିସ କି ପ୍ରଶାସନିକ ଅଧିକାରୀମାନେ ଚଢ଼ାଉ ବେଳେ ଗୋଟିଏବି ଟ୍ରାକ୍ଟର ନପାଇ ଫେରି ଆସୁଥିଲେ । ଏନେଇ ବାରମ୍ବାର କବର ପ୍ରକାଶ ପାଇବାପରେ ପୁଲିସ ପକ୍ଷରୁ ଆଜି କରଗୋଳା ବାଲିଘାଟରୁ ବାଲି ପରିବହନ କରୁଥିବା ଗୋଟିଏ ଟ୍ରାକ୍ଟରକୁ ଜବଦ କରିବା ସହିତ ୪ଜଣ ସୁଚନା ପ୍ରଦାନକାରୀଙ୍କୁ ଅଟକ ରଖି ପଚରା ଉଚୁରା କରିବା ସହିତ ଅଧିକ ତଦନ୍ତ ତଦନ୍ତ ଚଳାଇଥିବା ନନ୍ଦିପଦା ଥାନା ଅଧିକାରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ