ଆବାସ ଯୋଜନା ରୁ ବଞ୍ଚିତ ଅସହାୟ ଭିନ୍ନକ୍ଷମ ନାରାୟଣଙ୍କ ପରିବାର

ହାଟଡ଼ିହି, (ବିକାଶ ବିଶ୍ୱାଳ ) : ଗରିବଙ୍କ ପାଇଁ ସରକାର ଯୋଜନା ପରେ ଯୋଜନା ଖଞ୍ଜି ଦେଇଛନ୍ତି। କିନ୍ତୁ ଏହି ସବୁ ଯୋଜନା ବାସ୍ତବରେ ଗରିବ ଲୋକଙ୍କ ପାଖରେ ପହଞ୍ଚି ପାରୁନି। ଅଯୋଗ୍ୟ ଲୋକ ଏହି ଯୋଜନାରେ ସାମିଲ ହୋଇ ପାରୁଥିବା ବେଳେ ପ୍ରକୃତ ହିତାଧିକାରୀ ଯୋଜନାରୁ ବଞ୍ଚିତ ହୋଇ ଭାଗ୍ୟକୁ ଆଦରି ପଡିରହିଛନ୍ତି। ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତ ତରଭା ଗ୍ରାମରେ। ଗ୍ରାମର ନାରାୟଣ ଯେନା ଜଣେ ଭିନ୍ନକ୍ଷମ ବ୍ୟକ୍ତି। ଦୁଇ ପୁଅ ଓ ଦୁଇ ବୋହୁ ୪ନାତି ନାତୁଣୀ ଙ୍କୁ ନେଇ ତାଙ୍କର ପରିବାର। ଟି ଦୁଇ ପୁଅ ଯାହା ରୋଜଗାର କରୁଥିଲେ ସେଥିରେ ପରିବାର ଟି ହସ ଖୁସିରେ ଚଳୁଥିଲା। କିନ୍ତୁ ତାହା ବିହି ସହିନଥିଲା। ବଡ଼ପୁଅ୪ବର୍ଷ ତଳେ ନାହାଳିଆ ଗ୍ରାମରେ ନଳକୂପ ବସାଉଥିବା ବେଳେ ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିଥିଲେ। ଦୁଇ ବର୍ଷ ତଳେ ସାନପୁଅ ଛେନାପଦି ଛକରେ ଟ୍ରାକ୍ଟର ଚକ ମରାମତି କରୁଥିବା ବେଳେ ଚକ ଫାଟିଯିବାରୁ ମୃତ୍ୟୁବରଣ କରିଥିଲେ। ଫଳରେ ପରିବାରଟି ଦୁଇ ଦୁଇଟି ରୋଜଗାରିଆ ପୁଅକୁ ହରାଇ ବେସାହାରା ହୋଇଯାଇଥିଲା। ସରକାରଙ୍କ ପକ୍ଷରୁ ମିଳୁଥିବା ରାସନ ଚାଉଳ ଓ ମିଳୁଥିବା ଭତ୍ତାଟଙ୍କା ତାଙ୍କ ପାଇଁ ସାହା ଭରସା ହୋଇପତିଛି। ପୁରୁଣା ଘରଟି ଗତ ବନ୍ୟାରେ ଭାଙ୍ଗି ରୁଜି ନଷ୍ଟ ହୋଇ ରହିବା ଅନୁପଯୋଗୀ ହୋଇଥିବା ବେଳେ ଏବେ ସେ ସାନଭାଇର ଏକ ଭଙ୍ଗା ଘରେ ୮ପରାଣୀ କୁଟୁମ୍ବ ପାଲିଥିନି ଟାଙ୍ଗି ବସବାସ କରୁଛନ୍ତି। ମିଳୁଥିବା ଭତ୍ତା ଟଙ୍କାରେ ପରିବାର ଚଳି ପାରୁନଥିବାରୁ ଭିନ୍ନକ୍ଷମ ନାରାୟଣ ଛୋଟା ଗୋଡ଼ରେ ଗାଁ ଗାଁ ବୁଲି ଭିକ୍ଷାବୃତ୍ତି କରି ଯାହା ଆଣୁଛନ୍ତି ସେଥିରେ ତେଲ ଲୁଣ ସଂସାର ଟିକୁ ବହୁ ଦୁଃଖ କଷ୍ଟରେ ଚଳାଇଛନ୍ତି। ସରକାର ଚଳିତବର୍ଷ ହାତଡ଼ିହି ବ୍ଲକରେ ୧୦ହଜାର ରୁ ଉର୍ଦ୍ଧ ଆବାସ ଯୋଜନା ଘର ହିତାଧିକାରୀ ଙ୍କୁ ବଣ୍ଟନ କରିଥିବା ବେଳେ ଭିନ୍ନକ୍ଷମ ନାରାୟଣଙ୍କ ପରିବାର କୁ ବାଦ ଦିଆଯାଇଛି। ଅନେକ ଅଯୋଗ୍ୟ ହିତାଧିକାରୀ ଦୁଇତିନି ଥର କରି ଘର ହାତେଇଥିବା ବେଳେ ନାରାୟଣ ଙ୍କ ପରିବାର ଘର ଖଣ୍ଡିଏ ନ ପାଇବା ସରକାର ଙ୍କ ଏହି ଯୋଜନା କୁ ଉପହାସ କରୁଛି। ନାରାୟଣ ଭଙ୍ଗା ଗୋଡ଼ରେ ବାରମ୍ବାର ଘର ଖଣ୍ଡିଏ ପାଇଁ ବ୍ଲକ କୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଗଲେଣି। ଏପରି ଅବସ୍ଥାରେ ତୁରନ୍ତ ନାରାୟଣଙ୍କ ପରିବାରକୁ ଆବାସ ଯୋଜନାରେ ସାମିଲ କରାଯାଇ ଘର ଯୋଗାଇ ଦେବାକୁ ପରିବାର ଲୋକେ ପ୍ରଶାସନ କୁ ଗୁହାରି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ