ଓଡ଼ିଶା ଗ୍ରାମ ପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ବଡ଼ ଗୁହାରି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟମାନଙ୍କରେ କାର୍ଯ୍ୟ କରୁଥିବା ୬,୭୯୪ ଜଣ ଗ୍ରାମ ପଞ୍ଚାୟତ ଚତୁର୍ଥଶ୍ରେଣୀ କର୍ମଚାରୀ (ପିଅନ)ମାନଙ୍କର ଏକ ରାଜ୍ୟସ୍ତରୀୟ ଜରୁରୀ ବୈଠକ କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର ସେନାପତି ଓ ରାଜ୍ୟ ସଂଘ ସାଧାରଣ ସମ୍ପାଦକ ସୁବ୍ରତ କୁମାର ରାଉଳଙ୍କ ତତ୍ତ୍ୱାବଧାନରେ ଭୁନେଶ୍ୱରସ୍ଥିତ ଡାଲମିଆ ଧର୍ମଶାଳାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟତଃ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ତୃଣମଳସ୍ତରରେ ଦୀର୍ଘବର୍ଷ ଧରି କାର୍ଯ୍ୟ କରି ଆସୁଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ବହୁବିଧ ଉନ୍ନୟନ ଯୋଜନା ରାଜ୍ୟ ସରକାରଙ୍କ କାର୍ଯ୍ୟ ଗୁଡ଼ିକରେ ସହଯୋଗ କରି ପଞ୍ଚାୟତର ସମସ୍ତ ଜନସାଧାରଣଙ୍କ ନିକଟରେ ସେବା ପ୍ରଦାନ କରି ଆସୁଛନ୍ତି ମାତ୍ର ଖୁବ୍ କମ୍ ପାରିଶ୍ରମିକ ପାଇ ଏହା ଯଥେଷ୍ଟ କମ୍ ସର୍ବନିମ୍ନ ମଜୁରୀ ଠାରୁ । ଯାହାଫଳରେ କର୍ମଚାରୀ ସଂଘ ତରଫରୁ ସେଥିପାଇଁ ବିଗତ ଦିନମାନଙ୍କରେ ବିଭିନ୍ନ ସମୟରେ କର୍ମଚାରୀ ସଂଘ ତିରିଶ ଜିଲ୍ଲାର ବିଧାନସଭା ସମ୍ମୁଖରେ ରାଲି ଧାରଣା, ସଭା ସମିତି କରିଥିଲେ ଏବଂ ନିକଟରେ ମଧ୍ୟ ୫-ଟି ଅଧ୍ୟକ୍ଷକଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଅଭିଯୋଗ ଅଭିଯୋଗ ଦରଖାସ୍ତ ଗ୍ରହଣ କରିବା ସମୟରେ ଓଡ଼ିଶା ଗ୍ରାମ ପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ତରଫରୁ ଭିନ୍ନ ଭିନ୍ନ ଜିଲ୍ଲାରେ କର୍ମଚାରୀ ମାନଙ୍କ ପକ୍ଷରୁ ଦାବି ପୂରଣ ପାଇଁ ସ୍ମାରକପତ୍ର, ଦରଖାସ୍ତ ପ୍ରଦାନ କରାଯାଇଥିଲା ଏବଂ ଏ ବାବଦରେ ବିଗତ ଦିନମାନଙ୍କରେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ସରକାର, ସମ୍ମାନୀୟ ମୁଖ୍ୟ ଶାସନ ସଚିବ ମହୋଦୟଙ୍କୁ, ମାନ୍ୟବର ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଅଧ୍ୟକ୍ଷ ତଥା ମାନ୍ୟବର ଅର୍ଥମନ୍ତ୍ରୀ, ସମସ୍ତ କମିଟି ସଦସ୍ୟ ବୃନ୍ଦ ଓ ମାନ୍ୟବର ଆଇନ ଓ ଶ୍ରମ ନିୟୋଜନ ବିଭାଗ ମନ୍ତ୍ରୀ ମହୋଦୟଙ୍କୁ ଏବଂ ମାନ୍ୟବର ବିଭାଗୀୟ ପଞ୍ଚାୟତିରାଜ ମନ୍ତ୍ରୀ ମହୋଦୟ, ବିଭାଗୀୟ ସଚିବ ଓ ନିର୍ଦ୍ଦେଶକ ଏବଂ ମାନ୍ୟବର ବିଧାୟକ ଯାଜପୁର ତଥା ସଂଘ ସାଂଗଠନିକ ସମ୍ପାଦକ (ବିଜେଡ଼ି) ଦଳ ମହୋଦୟଙ୍କୁ ଦାବି ଦରଖାସ୍ତ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏହି ଦାବି ପୂରଣ ଦରଖାସ୍ତ ଉପରେ ରାଜ୍ୟ ସରକାର ଶୁଭ ଦୃଷ୍ଟି ଦେଇ ଯାହାକିଛି ହେଉନା କାହିଁକି ସରକାରଙ୍କ ଠାରୁ କର୍ମଚାରୀ ସହାୟତା ଅନୁଦାନ (ଗ୍ରାଣ୍ଟ-ଇନ-ଏଡ୍‌) ଆକାରେ ସହାୟତା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯିବା ପାଇଁ ସ୍ଥିର କରାଯାଇଥିବା ପଞ୍ଚାୟତିରାଜ ବିଭାଗରେ, ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ମାତ୍ର ଏପର୍ଯ୍ୟନ୍ତ ବିଭାଗ ପକ୍ଷରୁ ସରକାରୀ ଆଦେଶ ପତ୍ର ବାହାରିବାରେ ବିଳମ୍ବ ହେଉଥିବା ଯୋଗୁଁ କର୍ମଚାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ମନୋଭାବ ସୃଷ୍ଟି ହେଉଛି । ଏପଟେ କିଛି ଦିନ ମଧ୍ୟରେ ସାଧାରଣ ନିର୍ବାଚନ ଆଚରଣବିଧି ଘୋଷଣା ହୋଇପାରେ କୋଉ ମୁହୂର୍ତ୍ତରେ ସରକାରୀସ୍ତରରେ । ଏଣୁ କର୍ମଚାରୀ ମାନଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା, ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ମହୋଦୟଙ୍କୁ କର୍ମଚାରୀ ପକ୍ଷରୁ ଗୁହାରି ଶିଘ୍ର ପଦକ୍ଷେପ ନେବା ସହ କର୍ମଚାରୀମାନଙ୍କ ପାଇଁ ପଞ୍ଚାୟତି ବିଭାଗରୁ କିପରି ଶୀଘ୍ର ଆଦେଶନାମା ପତ୍ର ଇସ୍ୟୁ ହେବ ସେ ଦିଗରେ ଶୁଭ ଦୃଷ୍ଟି ଦେବାକୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଆଜିର ରାଜ୍ୟ ଜରୁରୀ ବୈଠକରେ ପ୍ରସ୍ତାବ ରଖିବା ସହିତ ଦୃଢ ଦାବି ଉପସ୍ଥାପନ କରାଯାଇଛି ।ଏହି ସଭାରେ ବିଭିନ୍ନ ଜିଲ୍ଲା ସଂଘ କମିଟି ଓ ବ୍ଲକ ସଂଘ କମିଟିର ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ ମାନଙ୍କ ସମେତ ସଂଘର ନେତୃତ୍ୱ ନେଉଥିବା ସମସ୍ତ ବରିଷ୍ଠ କର୍ମଚାରୀମାନେ ଉପସ୍ଥିତ ଥିଲେ । ସହ ସମ୍ପାଦକ ସନାତନ ପ୍ରଧାନ ଓ କୋଷାଧ୍ୟକ୍ଷ ଅରୁପାନନ୍ଦ ଡାକୁଆ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ