ମହାନ ସ୍ୱାଧୀନତା ସଂଗ୍ରାମୀ ଓ ନୀତିନିଷ୍ଠ ଥିଲେ ସ୍ବର୍ଗତ ନୀଳମଣି ସାମଲ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମହାନ ସ୍ୱାଧୀନତା ସଂଗ୍ରାମୀ, ନୀତିନିଷ୍ଟ ବ୍ୟକ୍ତିତ୍ୱ ତଥା ସ୍ୱାଧୀନତା ସଂଗ୍ରାମୀ ସମିତି ର ସଭାପତି, ସ୍ବର୍ଗତ ନୀଳମଣି ସାମଲ ଙ୍କ 102 ବର୍ଷ ବୟସ ରେ ପରଲୋକ ଘଟିଛି. ଯାଜପୁର ତଥା ସମଗ୍ର ଓଡିଶା ର ଏକ ଅପୂରଣୀୟ କ୍ଷତି ଘଟିଲା ବୋଲି ପୂଜ୍ୟ ପୂଜା ସଂସ୍କୃତି ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଅଭିଯାନ ର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି ଏକ ଶୋକ ବାର୍ତ୍ତା ରେ ମତ ବ୍ୟକ୍ତ କରିଥିଲେ. ଜଣେ ସତ୍ୟନିଷ୍ଠ, ପ୍ରଜ୍ଞା ଦୀପ୍ତ, ନୀତିନିଷ୍ଟ, ସଂଗ୍ରାମୀ ଭାବେ ସମଗ୍ର ଭାରତ ବର୍ଷରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଥିଲେ. ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ହେବା ପାଇବା ସହିତ ବହୁ ପୁରସ୍କାର ଓ ସଂମ୍ମାନ ରେ ସମ୍ମାନିତ ହୋଇ ଥିଲେ. ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ସଂଯୋଜକ ବାପୁ ଓଝା, ନାରାୟଣ ଖୁଣ୍ଟିଆ ଅମରେନ୍ଦ୍ର ମହାପାତ୍ର ପ୍ରମୁଖ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ