ହାଟଡିହି ବ୍ଲକରେ ଜନଜାତି ସଂସ୍କୃତି ପ୍ରଗତି ସଶକ୍ତ ଓଡିଶା ସାଥି ଶିବିର

ହାଟଡିହି, (ବିକାଶ ବିଶ୍ୱାଳ ) : ଜନଜାତି ସଂସ୍କୃତି ପ୍ରଗତି ସଶକ୍ତ ଓଡିଶା ସାଥି ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁସୁଚିତ ଜନଜାତି ଓ ଅନୁସୁଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ୍ରଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହାଟଡିହି ବ୍ଲକର ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ,ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ସୁଶ୍ରୀ ଲକ୍ଷ୍ମୀ ନାଇକ, ଉପାଧ୍ୟକ୍ଷ ନାରଣ ପୁର୍ତ୍ତୀ, ଉନ୍ନୟନ ପରିଷଦ ସଦସ୍ୟ ଦୁର୍ଯ୍ୟୋଧନ ନାଇକ ପ୍ରମୁଖ ଯୋଗଦେଇ ସରକାରଙ୍କ ଆଦିବାସୀ ମାନଙ୍କର ବିକାଶ ପାଇଁ କରୁଥିବା ଯୋଜନା ଗୁଡିକର ସଫଳ ରୁପାୟନ ପାଇଁ ଗୁରୁତ୍ୱାରୋପ କରିଥିଲେ । ବିଶେଷକରି ଆଦିବାସୀ ଲୋକମାନେ କିପରି ସରକାରଙ୍କ ଆଦାବିସୀ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ନିଜ ନିଜ ପ୍ରତିଭାର ବିକାଶ କରିବେ ତାହା ଉପରେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିଭିନ୍ନ ପଞ୍ଚାୟତରେ ନୃତ୍ୟ, ଗୀତ, ସମାଜସେବା କ୍ଷେତ୍ରରେ ଉଲେଖନୀୟ ଅବଦାନ ଦେଖାଇଥିବା ୨୫ଜଣ ପ୍ରତିଭାଙ୍କୁ ମାନପତ୍ର, ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଧନୁର୍ଜୟପୁର ଓ ତଅଁଳ ଗ୍ରାମର ଦୁଇଟି ଜନଜାତି ନୃତ୍ୟ ଦଳ ସେମାନଙ୍କ ପାରମ୍ପରିକ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ । ବ୍ଲକ ମଙ୍ଗଳ ଅଧିକାରୀ ଆକାଶ କୁମାର ଜେନା, ଆଇଟିଡିଏ ଯନ୍ତ୍ରୀ ବିନୟ କୁମାର ପଟେଲ, ପୋଗ୍ରାମ କୋଅର୍ଡିନେଟର ଝରଣା ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ