ସବୁଠି ଶୁଭିଲା ବନ୍ଦେ ଉତ୍କଳ ଜନନୀ

ନିମାପଡ଼ା, (ସନ୍ତୋଷ ଦାଶ):ଆଜି ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ପ୍ରଥମ ବିଶ୍ଵ ଓଡ଼ିଶା ଭାଷା ସମ୍ମିଳନୀ ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଥିଲା। ଏହି ଅବସର ରେ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅଞ୍ଚଳ ରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବିଭିନ୍ନ ବିଦ୍ୟାଳୟ ମାନଙ୍କ ରେ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ହୋଇଥିଲା। ଠିକ୍ ୧୧ ଟା ସମୟ ରେ ସମସ୍ତେ ଗାଇ ଥିଲେ ବନ୍ଦେ ଉତ୍କଳ ଜନନୀ ଗୀତ।ନିମାପଡା ଗ୍ରାମ୍ୟଜଳଯୋଗାଣ ଓ ପରିମଳ ଉପଖଣ୍ଡ ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସହକାରୀଯନ୍ତ୍ରୀ ପ୍ରବୀର କୁମାର ବଳ,ପିଙ୍କି ମହାନ୍ତି, ସତ୍ୟ ଶଙ୍କର ମହାନ୍ତି, ମୁକୁନ୍ଦ ପ୍ରସାଦ ମିଶ୍ର, ଅମରେନ୍ଦ୍ର ସେନାପତି, ସୁମିତ୍ରା ମହାରଣା, ପ୍ରଜ୍ଞା ପରମିତା ସ୍ଵାଇଁ, ମୋନାଲିସା ମହାପାତ୍ର, ଚିନ୍ମୟୀ ପ୍ରିୟଦର୍ଶିନୀ ମାଝି ପ୍ରମୁଖ ଏକତ୍ରିତ ହୋଇ ଗାଇଥିଲେ ବନ୍ଦେ ଉତ୍କଳ ଜନନୀ ଗୀତ। ବିଭିନ୍ନ ବିଦ୍ୟାଳୟ ମାନଙ୍କ ରେ ଓଡ଼ିଆ ଭାଷା ସମ୍ପର୍କିତ ତର୍କ, ଚିତ୍ରାଙ୍କନ, ସଙ୍ଗୀତ, ନୃତ୍ୟ ରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ