ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ବିଜେଡ଼ି ଦୁଇ ଫାଳ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଅସ୍ତରଙ୍ଗ ପଞ୍ଚାୟତ ପକ୍ଷରୁ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅସ୍ତରଙ୍ଗ ଜାଗୁଳାଇ ପଡ଼ିଆ ରେ ଆୟୋଜିତ ହୋଇଥିଲା। ଉକ୍ତ ପଞ୍ଚାୟତସ୍ତରୀୟ ସଚେତନତା ଶିବିରରେ ବିଜେଡ଼ି ଦୁଇ ଫାଳ ହୋଇ ପରସ୍ପର କୁ ବିରୋଧ କରିବା ଆଉ ଘଟଣା କୁ ଶାନ୍ତ କରିବାକୁ ଯାଇ ଅସ୍ତରଙ୍ଗ ବିଡ଼ିଓ ଝାଳ ନାଳ ହେବା ଘଟଣା ସମଗ୍ର କାକଟପୁର ନିର୍ବାଚନମଣ୍ଡଳୀ ରେ ବେଶ ଚର୍ଚ୍ଚା ର ବିଷୟ ପାଲଟିଛି।ଅସ୍ତରଙ୍ଗ ରେ ବିଜେଡି ରେ ଦୀର୍ଘ ଦିନ ଧରି ରହି ଆସିଥିବା ଦୁଇ ଗୋଷ୍ଠି ମଧ୍ୟରେ ବିବାଦ ଦାଣ୍ଡରେ ପଡି ହାଟରେ ଗଡ଼ିଥିଲା। ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷା ଆରତୀ ନାୟକ ଓ ସରପଞ୍ଚ ରାମଚନ୍ଦ୍ର କାଣ୍ଡି ଏହି ଉତ୍ସବ କୁ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ଙ୍କୁ ନିମନ୍ତ୍ରଣ କରିଥିବାବେଳେ ବ୍ଲକ ପ୍ରଶାସନ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଙ୍କୁ ନିମନ୍ତ୍ରିତ କରିଥିଲା । ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ବେହେରା ଙ୍କ ର ଆସିବା ବିଳମ୍ବ ହେବା କାରଣରୁ ବ୍ଲକ ଅଧକ୍ଷା ଓ ସରପଞ୍ଚ କାର୍ଯ୍ୟକ୍ରମ କୁ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀଙ୍କ ଦ୍ୱାରା ଉଦଘାଟିତ କରିଦେଇଥିଲେ । ମନ୍ତ୍ରୀ ଶ୍ରୀ ବେହେରା ମଞ୍ଚ ନିକଟରେ ପହଞ୍ଚିବା ପରେ ମଞ୍ଚରେ ସରପଞ୍ଚ ଓ ପ୍ରଶାସନିକ ବ୍ୟକ୍ତିଙ୍କ ଛଡା ବାହାର ଲୋକ କାହିଁକି ବସିଛନ୍ତି ବୋଲି ବିଡ଼ିଓଙ୍କୁ ପ୍ରଶ୍ନ କରିଥିଲେ । ଏହି ସମୟରେ ମନ୍ତ୍ରୀ ଙ୍କ ସମର୍ଥକ ଓ ପୂର୍ବତନ ବିଧାୟକ ଙ୍କ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । କିଛି ସମୟ ମଞ୍ଚ ତଳେ ବସିବା ପରେ ମନ୍ତ୍ରୀ ବିଡ଼ିଓ ଙ୍କ ଅନୁରୋଧ କ୍ରମେ ମଞ୍ଚ ଉପରକୁ ଯାଇଥିଲେ ।ମନ୍ତ୍ରୀ ଅନ୍ୟ ପଞ୍ଚାୟତ ରେ ଆୟୋଜିତ ମୋ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ କିଭଳି ଭାବେ ବ୍ଲକ ବିଜେଡ଼ି ସଭାପତି ଓ ଯୁବ ବିଜେଡ଼ି ସଭାପତି ଙ୍କୁ ମଞ୍ଚରେ ବସାଉଛନ୍ତି ଓ ପୂର୍ବତନ ବିଧାୟକ ଭାବେ ମଞ୍ଚରେ ବସିଲେ ଅସୁବିଧା କଣ ବୋଲି ସୁରେନ୍ଦ୍ର ମଞ୍ଚ ଉପରୁ ପ୍ରଶ୍ନ କରିଥିଲେ । ମୁଖ୍ୟ ଅତିଥି ଆସିବା ପୂର୍ବରୁ କାହିଁକି ପ୍ରଦୀପ ପ୍ରଜ୍ଜ୍ୱଳନ ହେଲା ବୋଲି ମନ୍ତ୍ରୀ ଶ୍ରୀ ବେହେରା ବିଡ଼ିଓ ଙ୍କୁ ପ୍ରଶ୍ନ କରିଥିଲେ। ଏଥି ନେଇ ମଞ୍ଚ ଉପରେ ବିଡ଼ିଓ ଓ ବ୍ଲକ ଅଧ୍ୟକ୍ଷା ଙ୍କ ମଧ୍ୟରେ ମାଇକ୍ରୋଫୋନ ଛଡ଼ାଛଡି ହେବା ଓ ଯୁକ୍ତିତର୍କ ହେବା ଦେଖାଯାଇଥିଲା । ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଯୋଗୁଁ ପୁଲିସକୁ ନାକେଦମ ହେବାକୁ ପଡିଥିଲା ଓ ବିଡ଼ିଓ ଝାଳ ନାଳ ହୋଇଯାଇଥିଲେ। ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ର ଏହି ଗୋଷ୍ଠୀ କନ୍ଦଳ ଏବେ କାକଟପୁର ନିର୍ବାଚନ ମଣ୍ଡଳୀର ଚର୍ଚ୍ଚାର ବିଷୟ ପାଲଟିଛି । ଅସ୍ତରଙ୍ଗ ରେ ବିଜେଡ଼ି ଦୁଇ ଫାଳ ହେବା ଓ ଘଟଣାକୁ ନେଇ ବିଡ଼ିଓ ଝାଳ ନାଳ ହେବା ଘଟଣା ସାଧାରଣରେ ବେଶ ଆଲୋଚନା ର ବିଷୟ ପାଲଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ