ଭବାନୀପାଟଣା ଠାରେ ଜନ ସୂଚନା ଅଧିକାର ନିୟମ ସମ୍ପର୍କୀତ କର୍ମଶାଳା

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ଓଡିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୁଲ୍ୟରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ କାର୍ଯ୍ୟ।ଳୟ ପାଇଁ ନିୟୋଜିତ ପ୍ରଥମ ଅପିଲ କର୍ତ୍ତୃପକ୍ଷ ଓ ଜନ ସୂଚନା ଅଧିକାରିମାନଙ୍କ ପାଇଁ ଏକ ଜନ ସୂଚନା ଅଧିକାର ନିୟମ ସମ୍ପର୍କୀତ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରାଙ୍କ ସଂଯୋଜନାରେ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମୁଦାୟ ୭୮ ଜଣ ପ୍ରଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ । ଏହି ତାଲିମ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଅଧ୍ୟକ୍ଷତା କରି ସମବେତ ସମସ୍ତ ପ୍ରଥମ ଅପିଲ କର୍ତ୍ତୃପକ୍ଷ ଓ ଜନ ସୁଚନା ଅଧିକାରୀଙ୍କୁ ସ୍ୱଚ୍ଛ, ଦକ୍ଷ ଓ ଉତ୍ତରଦାୟୀ ପ୍ରଶାସନ ପାଇଁ କିଭଳି ନିଜକୁ ପ୍ରସ୍ତୁତ କରିବା ଓ ଜନ ସୂଚନା ଅଧିକାର ନିୟମ ଅନୁଯାୟୀ ଉପଭୋକ୍ତାଙ୍କୁ ତଥ୍ଯ ପ୍ରଦାନ କରିବା ତା’ ଉପରେ ଗୁରୁତ୍ଵ ଦେବାକୁ କହିଥିଲେ । ଅନଲାଇନ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ରାଜ୍ୟ ତାଲିମଦାତା ହର୍ଷ ପରିଚ୍ଛା ସୂଚନା ଅଧିକାର ନିୟମର ୧୭ଟି ପଏଣ୍ଟ ରେ ପ୍ରୋଏକ୍ଟିଭ ଡିସ୍କ୍ଲୋଜର ଓ ମ୍ୟାନେଜ ପ୍ରୋଫାଇଲରେ ଅପଡେଟ ସମ୍ବନ୍ଧରେ ସବିଶେଷ ତଥ୍ୟ ଦେଇ ବୁଝାଇଥିଲେ । ବିଶେଷତଃ ସୂଚନା ଅଧିକାର ନିୟମରେ “ଥାର୍ଡ ପାର୍ଟି ଅଡିଟ “ଉପରେ ପ୍ରଶିକ୍ଷାର୍ଥଙ୍କୁ ତାଲିମ ଦେଇଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ ପି.ଏ., ଆଇ.ଟି.ଡି.ଏ, ଉପଜିଲ୍ଲାପାଳ , ଭବାନୀପାଟଣା,ସି.ଡି.ଏମ.ଓ., ସି.ଏସ.ଓ, ଡି.ପି.ସି , ଏସ.ଏସ.ଏ, ଡି.ସି.ପି.ଓ, ଡି.ଏସ.ଡବ୍ଲୁ.ଓ, ଡି.ଇ.ଓ, ଏସ.ଇ. (ଏମ.ଆଇ.) , ସି.ଡି.ଭି.ଓ , ଡି.ଡି.ଏଚ , ଆର ଏଣ୍ଡ ବି , ଟି.ପି.ଡବ୍ଲୁ.ଓ.ଡି.ଏଲ. , ଡି.ଆର.ସି. ଏସ., ଜି.ଏମ ( ଡି.ଆଇ.ସି ), ଏସ.ଇ (ଜଳସେଚନ), ଡି.ଡି. ଡି.ପି.ଏମ.ୟୁ ,ଏସ.ଇ. (ଅପର ଇନ୍ଦ୍ରାବତୀ), କେ.କେ.ଡି.ଏ, ଲାଞ୍ଜିଗଡ, ଡି.ଡି. (ମତ୍ସ୍ୟ ବିଭାଗ) ସମସ୍ତ ଜିଲ୍ଲାସ୍ତରୀୟ କାର୍ଯ୍ୟ।ଳୟ , ସମସ୍ତ ବି.ଡି.ଓ ଓ ତହସିଲଦାର କାର୍ଯ୍ୟ।ଳୟର ଜନ ସୂଚନା ଅଧିକାରୀ ଓ ପ୍ରଥମ ଅପିଲ କର୍ତ୍ତୃପକ୍ଷ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ