ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ନୟାହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଅଶୋକ କୁମାର ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ ଉତ୍ସବ ରେ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ପ୍ରସନ୍ନ କୁମାର ସ୍ଵାଇଁ, ଜଙ୍ଗଲବୋରି ପଞ୍ଚାୟତ ର ସରପଞ୍ଚ ପ୍ରଭାତି ସାହୁ, ନାଏବ ସରପଞ୍ଚ ସୁକାନ୍ତ ସାହୁ, ସରପଞ୍ଚ ଙ୍କ ପ୍ରତିନିଧିପ୍ରଣୟ କୁମାର ସାହୁ, ସି ଆର ସି ସି ସୁଚରିତା ପାତ୍ର, ଏସ ଏମ ସି ସଭାପତି ପ୍ରମୋଦ କୁମାର ମହାନ୍ତି
ପ୍ରମୁଖ ଯୋଗଦେଇ ବାର୍ଷିକ କ୍ରୀଡ଼ା ପ୍ରତିଯୋଗୀତା ରେ କୃତିତ୍ବ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ବଶିଷ୍ଠ ଶିକ୍ଷକ ପ୍ରଫୁଲ୍ଲ କୁମାର ମିଶ୍ର ଉତ୍ସବ କୁ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ