ଦେଶବ୍ୟାପୀ ହରତାଳ ହେବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଅଖିଳ ଭାରତ ରାଜ୍ୟ ସରକାରୀ କର୍ମଚାରୀ ମହାସଂଘର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଏ. ଶ୍ରୀକୁମାରଙ୍କ ପୌରହିତ୍ୟରେ ଓ ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ଓ ଓଡ଼ିଶା କର୍ମଚାରୀ ସଂଗ୍ରାମ ସମିତିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ବିଶେଷକରି କର୍ମଜୀବିଙ୍କ ଉପରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଆକ୍ରମଣ ପ୍ରତିବାଦରେ ଆଗାମୀ ତା ୧୬.୦୨.୨୦୨୪ରିଖରେ ଦେଶବ୍ୟାପୀ ହରତାଳରେ ସାମିଲ୍ ହେବାର ବିଭିନ୍ନ ଦିଗ ସମ୍ପର୍କରେ ନିମ୍ନମତେ ସୂଚନା ଦେଇଥିଲେ ।(୧) ନୂଆ ପେନସନ ବାତିଲ୍ କରି ସମସ୍ତଙ୍କୁ ପୁରୁଣା ପେନସନ ଦେବା (୨) ଅସ୍ଥାୟୀ କର୍ମଚାରୀ, ଆଉଟସୋର୍ସିଂ କର୍ମଚାରୀଙ୍କୁ ସ୍ଥାୟୀ କରିବା (୩) ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ସଂସ୍ଥାକୁ ଘରୋଇକରଣ ବନ୍ଦ କରିବା (୪) ଗୁଣାତ୍ମକ ଶିକ୍ଷା ଓ ଉତ୍ତମ ସ୍ୱାସ୍ଥ୍ୟସେବା ଦେବା (୫) ସମ୍ବିଧାନର ୩୧୦, ୩୧୧ (୨) (କ), (ଖ) ଓ (ଗ) ଧାରାକୁ ସଂଶୋଧନ କରିବା (୬) ପ୍ରତି ପାଞ୍ଚ ବର୍ଷରେ ଥରେ ଦରମା ସଂଶୋଧନ କରିବା (୭) ଦରଦାମ ସ୍ଥିର ରଖିବା ଓ ସୁଷମ ବଣ୍ଟନ ବ୍ୟବସ୍ଥାକୁ ଦୃଢ କରିବା (୮) କର୍ମଚାରୀ ମହାସଂଘକୁ ସରକାରୀ ଘର ଯୋଗାଇ ଦେବା (୯) ୨୦୧୬ ଠାରୁ ବର୍ଦ୍ଧିତ ହାରରେ ଘରଭଡ଼ା ଭତ୍ତା ଦେବା ଆଦି ଦାବି ବିଷୟରେ ଆଲୋଚନା ହୋଇଥିଲା ।ସାମ୍ବାଦିକ ସମ୍ମିଳନୀ ଶେଷରେ ଏକ ଟ୍ରେଡ଼ ୟୁନିୟନ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ବିଶିଷ୍ଟ କର୍ମଚାରୀ ନେତା ଶ୍ରୀଯୁକ୍ତ ଦୁର୍ଗାଚରଣ ନାୟକ ଦରମା ସଂଶୋଧନ କମିଶନରଙ୍କ ଭୂମିକା ଓ ପୃଷ୍ଠଭୂମି ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ । ଶ୍ରୀଯୁକ୍ତ ଏ. ଶ୍ରୀକୁମାର ଜନମଙ୍ଗଳକାରୀ ରାଷ୍ଟ୍ରର ଭୂମିକା ଓ ସଂଗଠନକୁ ଦୃଢ କରିବାର କୌଶଳ ସମ୍ପର୍କରେ ଅବଗତ କରାଇଥିଲେ । ଏହି କର୍ମଶାଳାରେ ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ନାୟକ, ହିମାଂଶୁ ସୁବୁଦ୍ଧି, ଅରୁଣ କୁମାର ବଳିୟାରସିଂହ, ଝରଣା ମହନ୍ତ, ଶ୍ରୀମତୀ ସୀତା ଭୋଳ, ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତିର ଉପସଭାପତି, ବିଶିଷ୍ଟ କର୍ମଚାରୀ ନେତା ଶ୍ରୀ କ୍ଷେତ୍ରମୋହନ ଦାସ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ସର୍ବଶେଷରେ ଶ୍ରୀ କହ୍ନୁ ଚରଣ ମଲ୍ଲିକ, ରାଜ୍ୟ ସମନ୍ୱୟ ସମିତିର ମୁଖ୍ୟ କାର୍ଯ୍ୟାଳୟ ସମ୍ପାଦକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ଶ୍ରୀ ସୁଜିତ କୁମାର ନାୟକ, ସାଧାରଣ ସମ୍ପାଦକ, ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ଓ ଶ୍ରୀ ଶୁଭେନ୍ଦୁ ରାଉତରାୟ, ଅଧ୍ୟକ୍ଷ, କର୍ମଚାରୀ ସଂଗ୍ରାମ ସମିତି ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ