ନାଉଗାଁହାଟ ହାଇସ୍କୁଲର ୧୯୭୪ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

ନାଉଗାଁ, (ଓ୍ବାଇଏନ୍ଏସ୍) : ନାଉଗାଁହାଟ ହାଇସ୍କୁଲର ୧୯୭୪ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ଉତ୍ସବ ସାଧୁଗୋସ୍ୱାମୀ ପୀଠରେ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ବିଚିତ୍ରାନନ୍ଦ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଆର୍ତବନ୍ଧୁ ବିଶ୍ୱାଳ,ଡା. ରମେଶ ଚନ୍ଦ୍ର ବାରିକ, ବଜ୍ରମୋହନ ଦାସ, ରଂଜିତ ସ୍ୱାଇଁ, ଲକ୍ଷ୍ମିପ୍ରୀୟା ଦାସ, ଶାନ୍ତନା ମହାନ୍ତି, ସ୍ୱର୍ଣ୍ଣଲତା ବେହୁରା, ନିଳିମା ଦାସ, ରୁପଶ୍ରୀ ଦାସଙ୍କ ସମେତ ୩୦ରୁ ଉର୍ଦ୍ଧ୍ୱ ସହପାଠୀ ଉପସ୍ଥିତ ଥିଲେ । ଦୀର୍ଘ ଦିନ ପରେ ସାଙ୍ଗମାନଙ୍କୁ ପାଇ ପୁରୁଣା ସ୍ମୃତିକୁ ମନେ ପକାଇଥିଲେ । ପରେ ବ୍ଳକଛକ ସ୍ଥିତ ଆଶ୍ରା ଜରାନିବାସରେ ଅନ୍ତେବାସୀଙ୍କୁ ଫଳ ବଂଟନ କରାଯାଇଥିଲା ଓ ଜରାଶ୍ରମର ପରିଚାଳକଙ୍କୁ ୧୦ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ