ଭିନ୍ନକ୍ଷମ ବାଦଲଙ୍କୁ ଟ୍ରାଇ ସାଇକେଲ ପ୍ରଦାନ

ନାଉଗାଁ, (ଓ୍ବାଇଏନ୍ଏସ୍) : ବ୍ଳକ ଅନ୍ତର୍ଗତ ଉର ଗ୍ରାମର ଭିନ୍ନକ୍ଷମ ବାଦଲ ଗ୍ରହଚାର୍ଯ୍ୟଙ୍କୁ ବ୍ଳକ ପ୍ରଶାସନ ପକ୍ଷରୁ ଶନିବାର ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି । ବିଡିଓ ତପନ କୁମାର ମହାପାତ୍ର ବାଦଲଙ୍କୁ ଏହି ଟ୍ରାଇ ସାଇକେଲ ପ୍ରଦାନ କରିଛନ୍ତି । ବାଦଲ ଜଣେ ଭିନ୍ନକ୍ଷମ ଯୁବକ ହୋଇଥିବା ବେଳେ ସେ ଚାଲି ପାରନ୍ତି ନାହିଁ । ତେଣୁ ଯିବା ଆସିବା କରିବା ପାଇଁ ତାଙ୍କୁ ବହୁତ ଅସୁବିଧା ହେଉଥିଲା । ଟ୍ରାଇ ସାଇକେଲ ପାଇଁ ସେ ବ୍ଳକ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ସାଇକେଲ ପାଇବା ପରେ ସେ ସୁବିଧାରେ ଯିବା ଆସିବା କରି ନିଜ କାର୍ଯ୍ୟ କରିପାରିବେ ବୋଲି ପ୍ରକାଶ କରିଛନ୍ତି । ସାଇକେଲ ପ୍ରଦାନ ବେଳେ ବିଡିଓଙ୍କ ସହିତ ଜିଲ୍ଲା ପରିଷଦ ସଭ୍ୟ ଅମିତା ସ୍ୱାଇଁ, ବିଏସଏସଓ ଜ୍ୟୋତିର୍ମୟୀ ଧିର, ଡାବର ସମିତି ସଭ୍ୟ ସୁବଳ ବେହେରା, ଘୋଡାଂଶ ସମିତି ସଭ୍ୟ ତରୁଣକାନ୍ତ ବାରିକ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ବିଭାଗର କାର୍ଯ୍ୟକ୍ରମ ସହାୟକ ପ୍ରସନ୍ନଜିତ ନାୟକ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ