ଭାଷା ଆନ୍ଦୋଳନ ତରଫରୁ ସରକାରଙ୍କୁ ପ୍ରସ୍ତାବ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ତାରିଖ ଭାରତ ଗୌରବ ମଧୁସୂଦନ ଦାସଙ୍କ ୯୦ତମ ଶ୍ରାଦ୍ଧ ଦିବସ ଅବସରରେ ଭାଷା ଆନ୍ଦୋଳନର ସଭାପତି ବରିଷ୍ଠ ସାମ୍ବାଦିକ ତଥା ଅଧ୍ୟକ୍ଷ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପ୍ରଦ୍ୟୁମ୍ନ ଶତପଥୀ ରାଜ୍ୟ ସରକାରଙ୍କୁ ୧୦ଟି ପ୍ରସ୍ତାବ ପ୍ରଦାନ କରିଛନ୍ତି । ଏଗୁଡ଼ିକ ମଧ୍ୟରୁ ମଧୁସୂଦନ ଦାସ ହିଁ ସବୁ କ୍ଷେତ୍ରରେ ପ୍ରଥମ ଓଡ଼ିଆ ଓ ସ୍ୱତନ୍ତ୍ର ପ୍ରଦେଶ ଗଠନର ମହାନାୟକ । ଏହି ପରିପ୍ରେକ୍ଷୀରେ ସମ୍ମିଳନୀ ମଣ୍ଡପ ମଧୁସୂଦନ ମଣ୍ଡପ ନାମରେ ନାମିତ କରାଯାଉ, ଦ୍ୱିତୀୟତଃ ୧୯୫୭ ମସିହାରୁ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ କୋଣାର୍କ ଧାରାବାହିକ ଭାବେ ପ୍ରକାଶ ପାଉ । ତତ୍‌କାଳୀନ ଓଡ଼ିଶାର ପ୍ରଧାନମନ୍ତ୍ରୀ ବିଶ୍ୱନାଥ ଦାସଙ୍କ ସରକାରଙ୍କ ଦ୍ୱାରା ଓଡ଼ିଆ ବର୍ଣ୍ଣର ଶୁଦ୍ଧାଶୁଦ୍ଧତ୍ୱ ବିଚାର ପାଇଁ ଏକ ବୈଷୟିକ କମିଟି ଗଠନ କରାଯାଉ । ତୃତୀୟତଃ ଚିରବନ୍ଦନୀୟ ଗୋବିନ୍ଦ ରଥଙ୍କ ବର୍ଣ୍ଣବୋଧକ ପୁନଃ ପ୍ରକାଶ କରାଯାଇ ତାହା ଉପରେ ସଂସ୍କାର ନିଆଯାଉ । ଚତୁର୍ଥତଃ ଆମ ମାତୃଭାଷାକୁ ବିଶୁଦ୍ଧ ଧ୍ୱନୀ ସମ୍ମତ କରିବା ବର୍ତମାନ ସମୟର ଆବଶ୍ୟକତା । ଏ ସଂପର୍କରେ ସରକାର ନିଷ୍ପତି ନିଅନ୍ତୁ । ପଂଚମତଃ ଓଡ଼ିଶାର ମହାନ ସଂଗୀତଜ୍ଞ, ଗୀତିକାର, ଭାଷା, ସାହିତ୍ୟ ସଂସ୍କୃତି ପ୍ରାଣମାନେ ଆମର ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ନିମନ୍ତେ ଦୀର୍ଘ ବର୍ଷ ଧରି ଦାବି କରିଆସୁଛନ୍ତି । ଆମ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଉ । ଷଷ୍ଠତଃ ମାତୃଭାଷା ଖିଲାପକାରୀଙ୍କୁ ଦଣ୍ଡବିଧାନ କାର୍ଯ୍ୟକାରୀ ଦୃଢ଼ଭାବେ କରାଯାଉ । ସପ୍ତମତଃ ଆମ ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’କୁ ପାଠକ୍ରମରେ ସ୍ଥାନିତ କରିବା ସହିତ ପ୍ରତ୍ୟେହ ବିଦ୍ୟାଳୟରେ ପ୍ରାର୍ଥନା ସମୟରେ ଗାନ କରାଯାଉ । ଅଷ୍ଠମତଃ ଆମ ମାତୃଭାଷାକୁ ନିଯୁକ୍ତିର ଭାଷା ଭାବେ ମାନ୍ୟତା ଦେଇ ସେ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରାଯାଉ । ନବମତଃ ବିଦ୍ୟାଳୟମାନଙ୍କରେ ଓଡ଼ିଆ ଶିକ୍ଷକଙ୍କୁ ତୁରନ୍ତ ନିଯୁକ୍ତି ପ୍ରଦାନ କରାଯାଉ । ଦଶମତଃ ମାତୃଭାଷାକୁ ସୁରକ୍ଷା ପ୍ରଦାନ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଏକ କମିଟି ଗଠନ କରାଯାଉ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ