ଲାୟନ୍ସ କ୍ଲବ ଭୁବନେଶ୍ୱର ଓଡ଼ିଶାର ସୁବର୍ଣ୍ଣ ଜୟନ୍ତୀ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ହୋଟେଲ ଲାଇଫ୍‌ଠାରେ ଲାୟନ୍ସ କ୍ଲବ ଭୁବନେଶ୍ୱର ଓଡ଼ିଶାର ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ଖଣ୍ଡପଡ଼ା ବିଧାୟକ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକ, ଜଷ୍ଟିସ ଦୁର୍ଗା ପ୍ରସନ୍ନ ଚୌଧୁରୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ । ଲାୟନ୍ସ ଜିଲ୍ଲା ଗଭର୍ଣ୍ଣର ଲାୟନ ଇଂ ଦିଲ୍ଲୀପ କୁମାର ଦାସ, ପ୍ରଥମ ଜିଲ୍ଲା ଗଭର୍ଣ୍ଣର ଲାୟନ ସରସ୍ୱତୀ ପାତ୍ର, ଦ୍ୱିତୀୟ ଜିଲ୍ଲା ଗଭର୍ଣ୍ଣର ଲାୟନ ଡଃ ହେମନ୍ତ ଖୁଣ୍ଟିଆ କ୍ଲବର ସାମାଜିକ କାର୍ଯ୍ୟକଳାପକୁ ଏକ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରିଥିଲେ । ଏହି ଅବସରରେ ସ୍ମୃତିବନଠାରେ ଏକ ଶିଳା ସ୍ଥାପନ ସହ ବୃକ୍ଷରୋପଣ କରାଯାଇଥିଲା । ସଭ୍ୟମାନେ ଅନେକ ଜନହିତକର କାର୍ଯ୍ୟ ତଥା ଉଦିୟାନଠାରେ କର୍କଟ ଶିଶୁମାନଙ୍କୁ ରାସନ, ଜୀବନଜ୍ୟୋତି ଆଶ୍ରମରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ସମସ୍ତ ଅଭିବ୍ୟକ୍ତି କ୍ଲବ ଦ୍ୱାରା ପ୍ରତିଷ୍ଠିତ ଲାୟନ୍ସ ଚକ୍ଷୁ ଚିକିତ୍ସାଳୟରେ ଚକ୍ଷୁରୋଗୀମାନଙ୍କର ସେବା ଶୁଶ୍ରୁଷାକୁ ଭୂୟସୀ ପ୍ରଶଂସା କରିଥିଲେ । ଏହା ଏକ ସମାଜ ମଙ୍ଗଳ ସଂସ୍ଥା ହୋଇଥିବାରୁ ବହୁ ଗୁଣୀ ବ୍ୟକ୍ତି ଏହାର ସଦସ୍ୟତା ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି । ଏହି ପରିପ୍ରେକ୍ଷୀରେ ଲାୟନ ପ୍ରଭାତ ପାଲିତ, ପୂର୍ବତନ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ବହୁ ସଦସ୍ୟମାନଙ୍କୁ ଶପଥପାଠ କରାଇ ଯୋଗଦାନ କରାଇଥିଲେ ।କ୍ଲବର ସଭାପତି ଲାୟନ ତପନ କୁମାର ହରିଚନ୍ଦନ, ସମ୍ପାଦକ ଲାୟନ ଇଂ ସରୋଜ ପଟ୍ଟନାୟକ, କୋଷାଧ୍ୟକ୍ଷ ଲାୟନ ଅମିତାଭ ଦାସ, ସୁବର୍ଣ୍ଣ ଜୟନ୍ତୀର ଅଧ୍ୟକ୍ଷ ଲାୟନ ଇଂ ଅଶ୍ୱିନୀ ସେନାପତି, ପିଅ.ଆର.ଓ ଲାୟନ ରାମ ପ୍ରସାଦ ପାତ୍ର, ଟ୍ରଷ୍ଟ ବୋର୍ଡ଼ର ଅଧ୍ୟକ୍ଷ ଲାୟନ ଅଶୋକ ଅଗ୍ରୱାଲ, ଲାୟନ ଚକ୍ଷୁ ଚିକିତ୍ସାଳୟର ଅଧ୍ୟକ୍ଷ ଲାୟନ ଧୀରେନ ଧଳ ଏବଂ ବହୁ ସଦସ୍ୟ ଯୋଗଦାନ କରି ୫୦ ବର୍ଷର ପୂର୍ବତନ ସଭାପତି, ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ଏବଂ ଏମ୍‌.ଜେ.ଏଫ୍ ସଦସ୍ୟମାନଙ୍କୁ ସମ୍ମାନିତ କରିଥିଲେ । ସମାଜର ମଙ୍ଗଳ ସାଧନରେ ଯେଉଁ ତାରକାମାନେ ସେମାନଙ୍କର ଜୀବନକୁ ବାଜି ଲଗାଇଛନ୍ତି ଯଥା ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ ଏବଂ ଶୁଭାଙ୍ଗୀ ରଥଙ୍କୁ ସମ୍ମାନିତ କରାଯାଇଥିଲା ।୫୦ ବର୍ଷ ଉପଲକ୍ଷେ ଲାୟନ କାହ୍ନୁଚରଣ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଏକ ସ୍ମରଣୀକା ରଚନା କରାଯାଇ ମୁଖ୍ୟ ଅତିଥିଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଶେଷରେ ଲାୟନ ଇଂ ଅଶ୍ୱିନୀ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ଏବଂ କେକେ୍ କାଟି ଏହାକୁ ପାଳନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ