ବେରୁଣପଦିରେ ବିଜେପିର ଗାଁକୁ ଚାଲ ଅଭିଯାନ, ୧୦୦ ରୁ ଉର୍ଦ୍ଧ୍ବ ଲୋକ ବିଜେପିରେ ସାମିଲ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ସୋସୋ ପଞ୍ଚାୟତ ବେରୁଣପଦିରେ ବିଜେପିର ଗାଁକୁ ଚାଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଲୋକ ସେଠୀ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଅଭିଯାନ ରେ ଆନନ୍ଦପୁର ବିଧାନସଭା ସଂଯୋଜକ ଜ୍ଞାନରଞ୍ଜନ ସାମନ୍ତ ସିଂହାର, ବରିଷ୍ଠ ନେତା ରାମଚନ୍ଦ୍ର ସାହୁ , ମଣ୍ଡଳ ସଭାପତି ସତ୍ୟଜିତ ବେହେରା, ଶକ୍ତିକେନ୍ଦ୍ର ପ୍ରମୁଖ ବିଶ୍ୱଜିତ ରାଉତ , ଆର୍ତ୍ତତ୍ରାଣ ସାହୁ, ସନ୍ତୋଷ ବେହେରା ପ୍ରମୁଖ ଯୋଗଦେଇ ମୋଦୀ ସରକାରଙ୍କ ଜନ କଲ୍ୟାଣ ଯୋଜନା ଗୁଡିକ ଉପରେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଓ ଦୃଢ଼ ନେତୃତ୍ୱରେ ବିଶ୍ୱରେ ଭାରତର ବଢୁଥିବା ସମ୍ମାନ ସହ, ଆନନ୍ଦପୁର ବିଜେପି ନେତା ଆଲୋକ ସେଠୀଙ୍କ ନେତୃତ୍ୱକୁ ଭରସା କରି ବିଜେଡି ନେତା ବିକ୍ରମ ସାହୁ, ଅଶୋକ ସାହୁଙ୍କ ନେତୃତ୍ୱରେ ନାରାୟଣ ଜେନା, ଚୈତନ୍ୟ ଜେନା, ଶ୍ରୀକାନ୍ତ ସେଠୀ, କାମଦେବ ଜେନା, ବାବାଜୀ ଜେନା, ହେମନ୍ତ ବେହେରା, ବିଜୟ ପଣ୍ଡା, ରାଜେଶ ରାଉତ, ପ୍ରଭାସ ସାହୁ, ଗୁଣକର ଜେନା, ହରିବନ୍ଧୁ ଯେନା, ରଘୁନାଥ ପରିଡ଼ା, ନୃସିଂହ ମଝି, ଶ୍ରୀଧର ଯେନା, ସୁବାଷ ସାହୁ, କୁମୁଦୁନି ଜେନା, ସ୍ନେହଳତା ଘଡେଇ, ଲକ୍ଷ୍ମୀ ଧର ସେଠିଙ୍କ ସମେତ ୧୦୦ ଶହ ରୁ ଉର୍ଦ୍ଧ୍ବ ଲୋକ ବିଜେଡ଼ି ଓ କଂଗ୍ରେସ ଦଳ ଛାଡି ବିଜେପି ରେ ସାମିଲ ହୋଇଥିଲେ। ଉପସ୍ଥିତ ନେତାମାନେ ନବାଗତ ମାନଙ୍କୁ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ। ଜଗନ ଯେନା, ସନ୍ତୋଷ ବେହେରା, ଅର୍ତ୍ତତ୍ରାଣ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉପସ୍ଥିତ ନେତୃମଣ୍ଡଳୀ ଆଗାମୀ ଦିନରେ ଦଳକୁ ମଜବୁତ କରିବା ପାଇଁ ନବାଗତ ମାନେ କଠିନ ପରିଶ୍ରମ କରିବାକୁ ଆହ୍ୱାନ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ