କୋରୁଅ ଓ ତିରୁଣା ପଂଚାୟତରେ ସଚେତନତା କାର୍ଯ୍ୟକ୍ରମ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ କୋରୁଅ ଓ ତିରୁଣା ଗ୍ରାମପଂଚାୟତରେ ‘ଆମ ଓଡିଶା ନବୀନ ଓଡିଶା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତିରୁଣା ସରପଂଚ ଲକ୍ଷ୍ମଣ ସ୍ୱାଇଁଙ୍କ ପୌରାହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବିଡିଓ ତପନ କୁମାର ମହାପାତ୍ର, ସମିତି ସଭ୍ୟା ଲକ୍ଷ୍ମୀପ୍ରିୟା ପରିଡା, ବ୍ଲକ ଜନମଙ୍ଗଳ ସଂପ୍ରସାରଣ ଅଧିକାରୀ ତଥା କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ସୌମ୍ୟଜିତ ମହାପାତ୍ର, ପିଇଓ ଅଶୋକ ନାୟକ,ଶିକ୍ଷକ ସୁକାନ୍ତ କୁମାର ଲେଙ୍କା ପ୍ରମୁଖ ଯୋଗ ଦେଇ ସରକାରଙ୍କର ବିଭିନ୍ନ ଜନକଲ୍ୟାଣ ଯୋଜନା ସଂର୍ପକରେ ଆଲୋକପାତ କରିଥିଲେ । ପରେ କଳାକାରଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା । ସମାଜସେବୀ ରାଜେଶ ବିଶ୍ୱାଳ, ଦିପ୍ତିରଂଜନ ଜେନା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ବେଳେ ଏମ୍‌ବିକେ, ସିଆରପି, ଏସଏଚଜି ମହିଳାମାନେ ସହଯୋଗ କରିଥିଲେ । ସେହିପରି କୋରୁଅ ପଂଚାୟତରେ ସରଂପଚ ସଂଧ୍ୟାରାଣୀ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଡିଓ ମହାପାତ୍ର, ପିଇଓ ପ୍ରସନ୍ନ କୁମାର ପରିଡା ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ସଂର୍ପକରେ ଆଲୋକପାତ କରିଥିଲେ । ପାଲା ଓ କୁନିକୁନି କଳାକାରଙ୍କ ଦ୍ୱାରା ନୃତ୍ୟ ଗୀତ ପରିବେଷଣ କରାଯାଇଥିଲା । ଜିଆରଏସ ପ୍ରଭାତ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ବେଳେ ସମାଜସେବୀ ଅଶାନ୍ତ ବେହେରା, ନିରଂଜନ ସାହୁ, ବିବେକାନନ୍ଦ ବାରିକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହି ପରିପ୍ରେକ୍ଷୀରେ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ଷ୍ଟଲରେ ପ୍ରଦର୍ଶନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିପିଡିଓ ଦିନେଶ ରାୟଙ୍କ ଦ୍ୱାରା ତଦାରଖ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ