ନାଉଗାଁ ଆଇସିଡିଏସ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକଙ୍କ ସ୍ଥାନାନ୍ତର

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ସମନ୍ୱିତ ଶିଶୁ ବିକାଶ ସେବା ଯୋଜନା ପ୍ରକଳ୍ପ କାର୍ଯ୍ୟାଳୟରେ ବରିଷ୍ଠ ରାଜସ୍ୱ ସହାୟକ ବିଶ୍ୱମ୍ବର ମହାନ୍ତି ସୋମବାର ଯୋଗଦାନ କରିଛନ୍ତି । ନାଉଗାଁ ସିଡିପିଓ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିଥିବା ହେତୁ ବରିଷ୍ଠ ରାଜସ୍ୱ ସହାୟକ ମହାନ୍ତି କାର୍ଯ୍ୟାଳୟରେ ଯୋଗଦାନ ପତ୍ର ଦାଖଲ କରିବା ସହିତ ସିଡିପିଓଙ୍କୁ ହ୍ୱାଟସ ଅପ ମାଧ୍ୟମରେ ଯୋଗଦାନ ପତ୍ର ପ୍ରେରଣ କରାଇଥିବା ଜଣାଯାଇଛି । ସୂଚନା ଥାଉକି ନାଉଗାଁ ଆଇସିଡିଏସ କାର୍ଯ୍ୟାଳୟରେ ବରିଷ୍ଠ ରାଜସ୍ୱ ସହାୟକ ଭାବେ ରଂଜନ ବେହେରା କାର୍ଯ୍ୟ କରୁଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପତ୍ର ସଂଖ୍ୟା-୨୪୦୩ ତା ୯ ଫେବୃଆରୀ ୨୦୨୪ ବରିଷ୍ଠ ରାଜସ୍ୱ ସହାୟକ ବେହେରାଙ୍କୁ ଜଗତସିଂହପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଜଗତସିଂହପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ମହାନ୍ତିଙ୍କୁ ନାଉଗାଁ ଆଇସିଡିଏସ୍ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ