ମାଟ୍ରିକ ପରୀକ୍ଷାର୍ଥୀ ଙ୍କ ପାଖରୁ ମିଳିଲା ମୋବାଇଲ ଫୋନ

ନିମାପଡ଼ା, (ସନ୍ତୋଷ ଦାଶ):ମାଟ୍ରିକ ପରୀକ୍ଷା କେନ୍ଦ୍ର ରୁ ଜଣେ ପରୀକ୍ଷାର୍ଥୀ ଙ୍କ ପାଖରୁ ସ୍ଵତନ୍ତ୍ର ସ୍କ୍ୱାର୍ଡ ଗୋଟିଏ ମୋବାଇଲ ଫୋନ ଜବତ କରିବା ପରେ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଘଟଣା ରୁ ପ୍ରକାଶ ଯେ,ବୁଧବାର ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଚାରିଛକ ସ୍ଥିତ ଅନ୍ନପୂର୍ଣ୍ଣା ବିଦ୍ୟାପୀଠ ପରୀକ୍ଷା କେନ୍ଦ୍ର କୁ ସ୍ଵତନ୍ତ୍ର ସ୍କ୍ୱାର୍ଡ ଯାଇ ପରୀକ୍ଷା କାର୍ଯ୍ୟ ତଦାରଖ କରୁଥିବା ବେଳେ ଜୈନିକା ଛାତ୍ରୀ ଙ୍କ ନିକଟରୁ ଏକ ମୋବାଇଲ ଫୋନ ଜବତ କରି ଥିଲେ। ଏ ସମ୍ପର୍କ ରେ ସେମାନେ ବୋର୍ଡ କୁ ଜଣାଇବାପରେ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱଜିତ ଘୋଷ ଉକ୍ତ ପରୀକ୍ଷା କେନ୍ଦ୍ର ର ଅଧିକ୍ଷକ (ସୁପରିଟେଣ୍ଡଣ୍ଟ ) ପ୍ରଦୀପ୍ତ ଚନ୍ଦ୍ର ସାହୁଙ୍କ ସହିତ ଇନଭିଜଲେଟର ସଂଘମିତ୍ରା ଦିକ୍ଷୀତ ଓ ସୁଜାତା ସାହୁ ଙ୍କୁ କର୍ତ୍ତବ୍ୟ ରେ ଅବହେଳା ଅଭିଯୋଗ ରେ ଚାକିରି ରୁ ନିଲମ୍ବିତ କରିଛନ୍ତି। ଏଥି ସହିତ ପରୀକ୍ଷାର୍ଥୀ ମାନଙ୍କୁ ତନଖି କରିବା ଦାଇତ୍ୱ ରେ ଥିବା ଇତିଶ୍ରୀ ଷଡ଼ଙ୍ଗୀ ଓ ବସନ୍ତ ମହାନ୍ତି ଙ୍କୁ ପରୀକ୍ଷା ପରିଚାଳନା ଦାଇତ୍ୱ ରୁ ହଟାଇ ଦେଇ ସମସ୍ତ ଙ୍କୁ ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଦୈନିକ ହାଜିରା ଦେବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଏହି ଘଟଣା ସମଗ୍ର ନିମାପଡ଼ା ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ