ଆନନ୍ଦପୁର ଛାତ୍ର ବିଜେଡିର ସଂଯୋଜକ ହେଲେ ଅମରେନ୍ଦ୍ର

ହାଟଡ଼ିହି, (ବିକାଶ ବିଶ୍ୱାଳ):ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜୁ ଛାତ୍ର ଜନତା ଦଳର ସଂଯୋଜକ ଭାବେ ଅମରେନ୍ଦ୍ର ଧଳଙ୍କୁ ନିଯୁକ୍ତି ଦିଆଯାଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଏହି ପଦବୀରେ ନିଯୁକ୍ତି ଦେଇଥିବା ନେଇ ବିଜୁଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ଏକ ପ୍ରେସ ରିଲିଜ ଜରିଆରେ ଘୋଷଣା କରିଛନ୍ତି। ଅମରେନ୍ଦ୍ର ଧଳ ପୂର୍ବରୁ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ ଭାବେ ନିଜର କର୍ତ୍ତବ୍ୟ ଓ ଦକ୍ଷତା ସମ୍ପାଦନ କରିଥିବା ବେଳେ ହାଟଡ଼ିହି ବ୍ଲକ କଳିଗାଁ ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇ ୫ବର୍ଷ ନିଜ ଗୁରୁ ଦାୟିତ୍ୱ ଲିଭାଇଥିଲେ। ତାଙ୍କୁ ଏହି ପଦବୀ ମିଳିବା ପରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ବିଧାୟକ ଭାଗିରଥି ସେଠୀଙ୍କୁ କୃତଜ୍ଞତା ଜଣାଇବା ସହିତ ଯେଉଁ ଦାଇତ୍ୱ ଦେଇଛନ୍ତି ତାକୁ ସୁଚାରୁରୂପେ ସମ୍ପାଦନ କରିବି ବୋଲି କହିଛନ୍ତି। ସେହିପରି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ତଥା ଜିଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସଙ୍କ ସମେତ ବହୁ ବିଜେଡ଼ି ନେତା ଓ କର୍ମୀ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ