ମହୁମାଛି ଆକ୍ରମଣରେ ଜଣେ ଗୁରୁତର

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ତେଂଟୋଇ ଗ୍ରାମର ରବିନ୍ଦ୍ର ମଲ୍ଲିକଙ୍କୁ ସୋମବାର ମହୁମାଛି ଆକ୍ରମଣ କରିବାରୁ ଗୁରୁତର ହୋଇ ପଡିଥିଲେ । ସ୍ଥାନୀୟ ଜନସାଧାରଣ ତାଙ୍କୁ ଉଦ୍ଧାର କରି ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ । ସୂଚନା ଯୋଗ୍ୟ ଯେ ରବିନ୍ଦ୍ର ଗାଁ ପାଖ ଏକ ଗଛରୁ ପତ୍ର ଭାଙ୍ଗୁଥିଲେ । ସେହି ସମୟରେ ମହୁମାଛି ମାନେ ରବିନ୍ଦ୍ରଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଜୀବନ ବିକଳରେ ସେ ନିକଟରେ ଥିବା ଏକ ପାଣି ଗଡିଆରେ ପଶି ଯାଇଥିଲେ । ତଥାପି ମହୁମାଛିମାନେ ଗୋଡାଇ ଗୋଡାଇ ତାଙ୍କୁ ଆକ୍ରମଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ