ବ୍ରାଉନ ସୁଗାର ଜବତ ୨ କୋର୍ଟ ଚାଲାଣ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ପକ୍ଷରୁ ରବିବାର ଏସଆଇ ଜାକସନ ମାଝିଙ୍କ ନେତୃତ୍ୱରେ ଏକ ଟିମ ସଂଧ୍ୟାରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ବିଶେଷ ସୂତ୍ରରୁ ଖବର ପାଇ ତେଂଟୋଇ ଗାଁ ମୁଣ୍ଡରେ ଅତର୍କିତ ଚଢାଉ କରାଯାଇଥିଲା । ସେଠାରୁ ୨ଜଣ ବ୍ରାଉନ ସୁଗାର ବେପାରୀ ଙ୍କୁ ଧରାଯିବା ସହ ତାଙ୍କ ନିକଟରୁ ୫ ଗ୍ରାମରୁ ଉର୍ଦ୍ଧ୍ୱ ବ୍ରାଉନ ସୁଗାର ସହ ନଗଦ ୩ ହଜାର ଟଙ୍କା ଜବତ କରାଯାଇଥିଲା । ୨ଅଭିଯୁକ୍ତ ହେଲେ କୋରୁଅ ଗ୍ରାମର ବିଶ୍ୱଜିତ ସ୍ୱାଇଁ ଓ ଭାଗୀରଥୀ ନାୟକ । ଉଭୟଙ୍କ ନାମରେ ୧୦୫/୨୪ରେ ମାମଲା ରୁଜୁ କରାଯିବା ସହ ଉଭୟଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ସଂଘମିତ୍ରା ନାୟକ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ