ସପ୍ତଦଶ ସର୍ବଭାରତୀୟ ଯୋଗିନୀ ମହୋତ୍ସବ ‘ଝରିଏଲ୍‌’ ଉଦ୍‌ଯାପିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବଲାଙ୍ଗୀର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ “କଳାଶ୍ରୀ ଆର୍ଟ ଏକାଡ଼େମୀ” ଆନୁକୂଲ୍ୟରେ ସପ୍ତଦଶତମ ସର୍ବଭାରତୀୟ ଯୋଗିନୀ ମହୋତ୍ସବ ‘ଝରିଏଲ୍‌’ ଭୁବନେଶ୍ୱର ଜୟଦେବ ଭବନଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ମହୋତ୍ସବର ପ୍ରତିଷ୍ଠାତା ସମ୍ପାଦକ ତଥା ଗୁରୁ ଆଲୋକ ଦାସଙ୍କ ଦକ୍ଷ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ପୂର୍ବତନ ଉପ-ବାଚସ୍ପତି ତଥା ପୂର୍ବତନ ସଂସ୍କୃତି ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବରେ ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ଦିଲ୍ଲୀପ ରାଉତରାଏ ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବରେ ଶ୍ରୀ ସୁବାର କୁମାର ମିତ୍ର ଯୋଗ ଦେଇଥିଲେ । ଶ୍ରୀମତୀ ମୀରା ପଣ୍ଡା ସଭାପତିତ୍ୱ କରିଥିଲେ । ସକାଳ ୧୦ ଘଟିକାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ମଧ୍ୟରେ ନୂତନ ଓ ପୁରାତନ ଶିଳ୍ପୀମାନେ ଶାସ୍ତ୍ରୀୟ କଣ୍ଠ ସଙ୍ଗୀତ, ତବଲା ବାଦନ, ଓଡ଼ିଶୀ ନୃତ୍ୟ ଓ ଲୋକନୃତ୍ୟ ପରିବେଷଣ କରିଥିଲେ । ଅପରାହ୍ନରେ ବିଭିନ୍ନ ଅଞ୍ଚଳର କଳାକାରମାନଙ୍କୁ ସମ୍ମାନିତ କରାଯାଇଥିଲା । ସନ୍ଧ୍ୟା ୬.୩୦ ମିନିଟ୍ ସମୟରେ ସମ୍ବର୍ଦ୍ଧନା ସଭାରେ ଝରିଏଲ୍ ସମ୍ମାନ ଗାୟକ ଆଲ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ, କବିଶ୍ରୀ ସମ୍ମାନ ରକ୍ଷକ ନାୟକ, ସରସ୍ୱତୀ ସମ୍ମାନ ଡ. ମୃତ୍ୟୁଞ୍ଜୟ ରଥ, ବନଫୁଲ ସମ୍ମାନ ଲୋକ କଳାକାର ସତ୍ୟନାରାୟଣ ସିଂହ, କଳାଶ୍ରୀ ସମ୍ମାନ ଶ୍ରୀ ଦୀପକ ଦାସ, ଶ୍ରୀକ୍ଷେତ୍ର ସମ୍ମାନ ଗୁରୁ ଶ୍ରୀ ସତ୍ୟନାରାୟଣ ଗୁରୁ, ନାଟ୍ୟଶ୍ରୀ ସମ୍ମାନ ଶ୍ରୀ ଲାଲା ବୀରେନ୍ ରାଏ, ସଙ୍ଗୀତଶ୍ରୀ ସମ୍ମାନ ଶ୍ରୀ ପବିତ୍ର ପଟ୍ଟନାୟକ, ବିଦ୍ୟାରତ୍ନ ସମ୍ମାନ ଡ. ଆଶୀଷ ମହାପାତ୍ର, ସ୍ୱରତୀର୍ଥ ସମ୍ମାନ ଶ୍ରୀ ଚନ୍ଦନ କୁମାର ଜେନାଙ୍କୁ ପ୍ରଦାନ କରାଯାଇଥିଲା । ଝରିଏଲ ମହୋତ୍ସବ ଆୟୋଜନ କରିବା ଦ୍ୱାରା ପଶ୍ଚିମ ଓଡ଼ିଶା ଓ ପୂର୍ବ ଓଡ଼ିଶା ମଧ୍ୟରେ ସମ୍ପର୍କ ବୃଦ୍ଧି କରିବାରେ ମାଇଲ୍‌ଖୁଣ୍ଟ ଭାବେ କାର୍ଯ୍ୟ କରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଝରିଏଲ୍‌ର ଉପଦେଷ୍ଟା ଗୁରୁପଦ ବଳିୟାରସିଂହ । ବିଶେଷ ସଙ୍ଗୀତ କାର୍ଯ୍ୟକ୍ରମରେ ମଧୁମିତା ମିତ୍ର, ଗୁରୁ ବଂଶୀଧର ପଣ୍ଡା, ଗୁରୁ ପ୍ରତାପ ରାଏ, ଗୁରୁ ଲୋକନାଥ ମହାନ୍ତି, କୃଷ୍ଣପ୍ରିୟା କର, ମଞ୍ଜୁଶ୍ରୀ ମିଶ୍ର ସଙ୍ଗୀତ ପରିବେଷଣ କରିଥିଲେ । ଜୀବନ ପ୍ରକାଶ ଦାସ ଓ ସୌମ୍ୟ ରାୟଙ୍କ ପରିଚାଳନାରେ ବୃନ୍ଦ ସୀତାର ବାଦନ କରାଯାଇଥିଲା । ବିିଭିନ୍ନ ବାଦ୍ୟଯନ୍ତ୍ରରେ ଗୁରୁ ମୁକେଶ ତ୍ରିପାଠୀ, ଗୁରୁ ଧୃତିମୟ ତ୍ରିପାଠୀ, ଗୁରୁ ସୁରେଶ କୁମାର ବେହେରା ଅଂଶଗ୍ରହଣ କରିଥିଲେ । ସୀତାର ଏବଂ ଗୀଟାର ଯୁଗଳବନ୍ଦୀ ପରିବେଷଣ କରିଥିଲେ ଗୁରୁ ସୁବୀର କୁମାର ମିତ୍ର ଏବଂ ଗୁରୁ ବିଶ୍ୱମୋହନ ମିଶ୍ର । କାର୍ଯ୍ୟକ୍ରମକୁ ମୀନକେତନ ପ୍ରଧାନ, ବିଜୟ କୁମାର ବେହେରା, ଡମ୍ବରୁଧର ଦାସ, ବିନାୟକ ହୋତା, ସାଧନା ଦାସ ଓ ଅନ୍ୟମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ