ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ବିଧାନସଭା କ୍ଷେତ୍ରରେ ବିଜେଡି ଓ ବିଜେପି ମଧ୍ୟ ତିବ୍ର ପ୍ରତିଦ୍ୱନ୍ଦିତା ହେଉଥିବା ବିଷୟ ଚର୍ଚ୍ଚା ହେଉଛି । ବିଜେଡି ପକ୍ଷରୁ ୨୦୧୯ ନିର୍ବାଚନରେ ବିଜୟୀ ହୋଇଥିବା ବିଧାୟକ ପ୍ରଶାନ୍ତ ମୁଦୁଲି ପୁନ୍ନବାର ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ପକ୍ଷରୁ ଅମରେନ୍ଦ୍ର ଦାସ ବିଧାୟକ ପ୍ରାର୍ଥୀ ହୋଇଛନ୍ତି । ଏହି ନିର୍ବାଚନମଣ୍ଡଳୀରେ ୨୦୧୯ ନିର୍ବାଚନରେ ବିଜେଡି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହୋଇଥିବା ବେଳେ ବିଜେପି ତୃତୀୟ ସ୍ଥାନରେ ରହିଥିଲା । ବର୍ତମାନ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଚିରଂଜୀବ ବିଶ୍ୱାଳ ବିଜେଡିରେ ଯୋଗ ଦେଇ ବିଜେଡି ବିଧାୟକ ପ୍ରାର୍ଥୀ ମୁଦୁଲିଙ୍କ ପାଇଁ ପ୍ରଚାର କରୁଛନ୍ତି । ହେଲେ ୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ସ୍ଥିତି ସୁଦୃଢ ହେବା ସହିତ ବିଜେପି ବିଧାୟକ ପ୍ରାର୍ଥୀ ଅମରେନ୍ଦ୍ର ଦାସ ବିଜେଡି ପ୍ରାର୍ଥୀଙ୍କୁ କଡା ଟକ୍ଟର ଦେଉଥିବା ଚର୍ଚ୍ଚା ହେଉଛି । ବିଜେଡି ପକ୍ଷରୁ ତାରକା ପ୍ରଚାରକ ଭାବେ ଗତ ୨୩ ତାରିଖରେ ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ଜଗତସିଂହପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନାଉଗାଁ ବ୍ଲକକୁ ଆସି ସାଧାରଣ ସଭାରେ ଅଭିଭାଷଣ ଦେଇ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଜନସାଧାରଣଙ୍କୁ ଭୋଟ ଭିକ୍ଷା କରିଥିଲେ । ସେହିପରି ୨୭ ତାରିଖରେ ଜଗତସିଂହପୁରସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭୋଟରଙ୍କୁ ନିବେଦନ କରିଥିଲେ । ଅପରପକ୍ଷେ ବିଜେପି ପ୍ରାର୍ଥୀ ଅମରେନ୍ଦ୍ରଙ୍କ ଲୋକପ୍ରିୟତା ବଢିବା ସହିତ ଆସନ୍ତା ୨୮ ତାରିଖରେ ନାଉଗାଁ ବ୍ଲକର ଡେରିକି ପଡିଆରେ ଆୟୋଜିତ ବିଜେପିର ସଙ୍କଳ୍ପ ସମାବେଶରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଶେଷ ପର୍ଯ୍ୟାୟରେ ଗୋଟିଏ ପଟରେ ବିଜେଡି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ପ୍ରଚାର ସାଙ୍ଗକୁ ବିଜେପି ଦଳର ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମାଙ୍କ ଗସ୍ତ କାର୍ଯ୍ୟକ୍ରମକୁ ନେଇ ଉଭୟ ବିଜେପି ଓ ବିଜେଡି ମଧ୍ୟରେ ପ୍ରତିଦ୍ୱନ୍ଦିତା ତୀବ୍ର ହେବ ବୋଲି ଆଶା ପ୍ରକାଶ ପାଇଛି । ତେବେ ବିଜେଡି ଓ ବିଜେପିର ତାରକା ପ୍ରଚାରକଙ୍କ ପ୍ରଚାର ଅଭିଧାନ ଜଗତସିଂହପୁର ନିର୍ବାଚନକୁ ରୋଚକ ସ୍ଥିତିରେ ପହଂଚାଇବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ