ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟଣା ବିଭାଗୀୟ ଅଧିକାରୀଙ୍କ ତଦନ୍ତ

ସୋରଡା,(ରଜନୀ ମହାପାତ୍ର):ସୋରଡା ବ୍ଲକ ଅନ୍ତର୍ଗତ ବଡଗଡ ଥାନା ଅଞ୍ଚଳରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଗ୍ରାମବାସୀ ବଡଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିବା ବେଳେ ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିଥିଲେ ଏବଂ ଜୀବନ ବଞ୍ଚାଇବାକୁ ଯାଇ ଜଣେ ଆହତ ମଧ୍ୟ ହୋଇଛନ୍ତି, ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ବଡଗଡ ଥାନା ଅନ୍ତର୍ଗତ ମେରିକୋଟେ ପଞ୍ଚାୟତର ଗୁନାଖାଲ ଗ୍ରାମରେ। ଗୁନାଖାଲ ଗ୍ରାମର ଟୁଟୁ ଗୌଡଙ୍କ ଘର ସମୂଖରେ ଏକ ବିଦ୍ୟୁତ ଖୁଣ୍ଟ ରହିଛି ଏବଂ ଏହି ଖୁଣ୍ଟରେ ବିପଦ ସଙ୍କୁଳ ଅବସ୍ଥାରେ ଗୋଟିଏ ବିଦ୍ୟୁତ ତାର ଛିଣ୍ଡି ରହିଥିଲା । ଟୁଟୁଙ୍କ ଦେଢ ବର୍ଷର ପୁଅ ଏହି ଛିଣ୍ଡା ତାର ଟିକୁ ଧରିବାକୁ ଯାଉଥିବା ବେଳେ ଟୁଟୁ ଛିଣ୍ଡା ତାର ଟିକୁ ହାତରେ ଧରି ଫୋପାଡିବା ପାଇଁ ଚେଷ୍ଟା କରିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ। ଟୁଟୁଙ୍କ ପାଖରେ ବସିଥିବା ବଲରାମ ଗୌଡ ଟୁଟୁଙ୍କୁ ବଞ୍ଚାଇବାକୁ ଯାଇ ଗୁରୁତର ହୋଇଛନ୍ତି। ଘଟଣା ପରେ ଟୁଟୁଙ୍କୁ ସଙ୍ଗେ ସଙ୍ଗେ ବଡଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଫଳରେ ପୁଅର ଜୀବନ ବଞ୍ଚାଇବାକୁ ଯାଇ ବାପାର ମୃତ୍ୟୁ ହୋଇଥିଲା, ଏ ସମ୍ପର୍କରେ ସୋରଡା ବିଦ୍ୟୁତ ବିଭାଗ ଉପଖଣ୍ଡ ଅଧିକାରୀଙ୍କ କହିଥିଲେ ଜେ ଘଟଣା ନେଇ ଖବର ପାଇଛି ଏବଂ ବ୍ରହ୍ମପୁର ବିଦ୍ୟୁତ ବିଭାଗୀୟ ଇନ୍ସପେକ୍ଟରଙ୍କ ସହ ଯୋଗାଯୋଗ କରି ଏହାର ତଦନ୍ତ କରାଯିବ। ବଡଗଡ ବିଦ୍ୟୁତ ବିଭାଗୀୟ ଯନ୍ତ୍ରିଙ୍କ କହିବା ଅନୁଯାଇ ଏ ବିଦ୍ୟୁତ ତାର ଛିଣ୍ଡି ଖୁଣ୍ଟରେ ଲାଗି ରହିଥିବାର କୌଣସି ସୂଚନା ବିଭାଗ ପାଖରେ ହସ୍ତଗତ ହୋଇନି ଯଦି ହୋଇଥାନ୍ତା ସଙ୍ଗେ ସଙ୍ଗେ ଆମେ ପଦକ୍ଷେପ ନେଇଥାନ୍ତୁ କାରଣ ବର୍ତମାନ ସବୁ ଗ୍ରାହକ ସେବା କେନ୍ଦ୍ର ମାଧ୍ୟମରେ ଅଭିଯୋଗ ପଞ୍ଜୀକରଣ ହେଉଛି ଏବଂ ବର୍ତମାନ ପର୍ଯ୍ୟନ୍ତ କୌଣସି ଅଭିଯୋଗ ପଞ୍ଜି କରଣ ହୋଇନି। ବଡଗଡରେ ଥିବା ଲାଇନ ମେନଙ୍କୁ ପଚାରିବାରୁ ସେ କହିଛନ୍ତି ଲାଇନ ମେନ ହିସାବରେ ତାର ଛିଣ୍ଡି ଖୁଣ୍ଟିରେ ଲାଗିଛି ବୋଲି ମତେ ସୂଚନା ମିଳିଥିଲେ ମୁଁ ସଙ୍ଗେ ସଙ୍ଗେ ଯାଇ ପଦକ୍ଷେପ ନେଇ ସମାଧାନ କରିଥାନ୍ତି କିନ୍ତୁ କୌଣସି ସୂଚନା ମତେ ମିଳିନାହିଁ ଅନ୍ୟପଟେ ଗ୍ରାମ ବାସି କହୁଛନ୍ତି ଆମେ ଅନେକ ଥର ବିଭାଗ ନିକଟରେ ଅଭିଯୋଗ କରିଛୁ କିନ୍ତୁ ପଦକ୍ଷେପ ନିଆଯାଇନି । ବଡଗଡ ଥାନା ଅଧିକାରୀ ସନ୍ଧ୍ୟା ରାଣୀ ସିଂ କହିଛନ୍ତି ଏ ନେଇ ବଡଗଡ ଥାନାରେ ଥାନା କେଶ ନଂ ୪୬୪/୨୦୨୪ ଅନୁଯାଇ ମାମଲ ଦାୟର ହୋଇଛି ପୋଲିସ ତଦନ୍ତ କରୁଛି। ତେବେ ବିଦ୍ୟୁତ ବିଭାଗ ନିରିକ୍ଷକଙ୍କ ତଦନ୍ତ ପରେ ଏହି ପରି ମୃତ୍ୟୁ ଘଟଣାର ସତ୍ୟାସତ୍ୟ ଜଣାପଡିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ