ଘରୋଇ କଳହ ସମାଧାନ ପାଇଁ ଡେରିକିରେ ମହିଳା କମିଶନର ଅଧ୍ୟକ୍ଷା

ନାଉଗାଁ,୨୩ା୭:ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଡେରିକି ପଂଚାୟତ ବାଲିଚନ୍ଦ୍ରପୁର ଠାରେ ଗୁରୁବାର ମହିଳା କମିଶନର ଅଧ୍ୟକ୍ଷା ଶୋଭନା ମହାନ୍ତି ଓ ସଦସ୍ୟମାନେ ପହଂଚିଥିଲେ। ଉକ୍ତ ଗ୍ରାମର ସୁଧାଂଶୁ ଶେଖର ତ୍ରିପାଠୀଙ୍କ ବଡପୁଅ ଲିଟୁନା ତ୍ରିପାଠୀ ଓ ବୋହୁ ମଧୁସ୍ମିତା ତ୍ରିପାଠୀଙ୍କୁ ତାଙ୍କ ଶାଶୁ ଶଶୁର ନିର୍ଯ୍ୟାତନା ଦେଉଥିବା ମଧୁସ୍ମିତା ନାଉଗାଁ ଥାନା ଓ ମହିଳା କମିଶନରଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ ଶଶୁର ସୁଧାଂଶୁ ଓ ଶାଶୁ ଜ୍ୟୋସ୍ନା ଉଭୟ ପୁଅ ବୋହୁଙ୍କୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗରେ ଦର୍ଶାଯାଇଥିଲା। ଅଭିଯୋଗକୁ ଭିତିକରି ମହିଳା କମିଶନର ଅଧ୍ୟକ୍ଷା ମହାନ୍ତିଙ୍କ ସହ ସଦସ୍ୟ ପ୍ରତିଭା ଶତପଥୀ,ମୁକ୍ତା ସାହୁ, ଡିଏସପି ବିଜୟୀନି ସିଂ ସୁଧାଂଶୁଙ୍କ ଘରେ ପହଂଚିଥିଲେ। ସୁଧାଂଶୁଙ୍କର ୨ପୁଅ ଓ ବୋହୁଙ୍କୁ ଡାକି ଉଭୟଙ୍କ ମଧ୍ୟରେ ଆଲୋଚନା କରିଥିଲେ। ଆଲୋଚନାରେ ଉଭୟ ଶାନ୍ତିଶୃଙ୍ଖଳା ରକ୍ଷା କରି ରହିବେ ବୋଲି ଲିଖିତ ଆକାରରେ ପ୍ରଦାନ କରିଥିବା ଅଧ୍ୟକ୍ଷା ମହାନ୍ତି ମତବ୍ୟକ୍ତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ