ବାହୁଡ଼ା ଯାତ୍ରା ଅବସରରେ ଚବିଶି ପ୍ରହର ନାମଯଜ୍ଞ

ଆସିକା  (ୱାଇଏନ୍‍ଏସ୍‍): ପୂର୍ବବର୍ଷଭଳି ଚଳିତ ବର୍ଷ ମଧ୍ୟ ଆସିକା ନିକଟସ୍ଥ ଚିନିଶିଳ୍ପ ନୂଆଗାଁ ସ୍ଥିତ ଶ୍ରୀ ଶ୍ରୀ ଅନଳେଶ୍ୱର ବାବା ମାନସିକ କଳ୍ପବଟ ଭକ୍ତବୃନ୍ଦଙ୍କ ପକ୍ଷରୁ ପବିତ୍ର ବାହୁଡ଼ାଯାତ୍ରା ଓ ହରିଶୟନ ବଡ଼ଏକାଦଶୀ ଅବସରରେ ଚବିଶି ପ୍ରହର ନାମଯଜ୍ଞ, ଅନ୍ନଯଜ୍ଞ ଓ ଘୃତଯଜ୍ଞ କାର୍ଯ୍ୟକ୍ରମ ଉତ୍ସାହ ଉଦ୍ଦୀପନାର ସହ ଗୁରବାର ଠାରୁ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆରମ୍ଭ ହୋଇଥିବା ଲକ୍ଷ୍ୟ କରାଯାଇଛି । ଶ୍ରୀ ଶ୍ରୀ ଅନଳେଶ୍ୱର ବାବା ମାନସିକ କଳ୍ପବଟ ଭକ୍ତବୃନ୍ଦଙ୍କ ପକ୍ଷରୁ ଗହଙ୍ଗୁ ସ୍ଥିତ ବାଲାଜୀ ସ୍ୱାମୀ ମଠମହନ୍ତ ଶ୍ରୀ ରାଘବାନନ୍ଦ ଦାଶ ମହାରାଜ, ଆଧ୍ୟାତ୍ମିକପ୍ରେମୀ ବଂଶୀଧର ନାହାକ, ଦିଲୀପ କୁମାର ସ୍ୱାଇଁ, ଇଂ. ଅରୁଣ କୁମାର ପାତ୍ର, ଅକ୍ଷୟ କୁମାର ସ୍ୱାଇଁ, ଶ୍ରୀପାଳୀ ସୁନ୍ଦର ଦାଶ, ବାଇଧର ନାହାକ, ସୁଜିତ୍‍ କୁମାର ପୃଷ୍ଟି, ଦାମୋଦର ସିୟ, ସୁଦର୍ଶନ ନାହାକ, ବୁଦ୍ଧିରାମ ନାହାକ, ଲଛମନ ସ୍ୱାଇଁ, ଲିଙ୍ଗରାଜ ମହାନ୍ତି, ରବିନ୍ଦ୍ର କୁମାର ସାହୁ, ବିଜୟ ଚନ୍ଦ୍ର ବେହେରା, ତ୍ରିଲୋଚନ ନାହାକ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ପଞ୍ଚାନନ ପାତ୍ର, ଦେବରାଜ ନାହାକ, ବିଶ୍ୱନାଥ ସ୍ୱାଇଁ, ବିପ୍ରଚରଣ ସ୍ୱାଇଁ, ଲିଙ୍ଗରାଜ ସାହୁ, ରବିନ୍ଦ୍ର କୁମାର ବିଷୋୟୀ, କଳ୍ପତରୁ ପ୍ରଧାନ, ହରେକୃଷ୍ଣ ଗୌଡ, ବିଭୁପ୍ରସାଦ ନାହାକଙ୍କ ସମେତ ବହୁ ଆଧ୍ୟାତ୍ମିକ ପ୍ରେମୀ ଓ ସ୍ୱେଚ୍ଛାସେବୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ବେଳେ ହରେକୃଷ୍ଣ ହରେରାମ ଧ୍ୱନିରେ ସମଗ୍ର ଅଞ୍ଚଳ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଇଛି । ଆସିକା ନିକଟସ୍ଥ ଚିନିଶିଳ୍ପ ନୂଆଗାଁ ସମେତ ଭେଟନଇ, ପଙ୍କଳବାଡି, ଭାଟଖାଲି, ଗୁଡେଇଶୁଣୀ ଗ୍ରାମର ନାମ ସଂକୀର୍ତ୍ତନ ମଣ୍ଡଳୀ ଏହି ଚବିଶି ପ୍ରହର ନାମଯଜ୍ଞରେ ସାମିଲ ହୋଇଥିବା ଲକ୍ଷ୍ୟ କରାଯାଇଛି । ରାଜ୍ୟ ତଥା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହେଉଥିବା ନାମ ଯଜ୍ଞରେ ଅଂଶ ଗ୍ରହଣ କରି ବିଭିନ୍ନ ଆକର୍ଷଣୀୟ ଢଙ୍ଗରେ ନାମ ବୋଲି ସୁନାମ ଅର୍ଜନ କରିଥିବା ଜଣାଶୁଣା ନାମପ୍ରେମୀ ରବିନ୍ଦ୍ର ସାହୁଙ୍କ କଣ୍ଠରୁ ହରେକୃଷ୍ଣ ହରେରାମ ଶୁଣିବା ଲାଗି ଶ୍ରଦ୍ଧାଳୁ ଭକ୍ତଙ୍କ ମଧ୍ୟରେ ଆଗ୍ରହ ଓ ଉତ୍ସୁକତା ଲାଗି ରହିଥିବା ଦେଖିବାକୁ ମିଳୁଛି । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଚିନିଶିଳ୍ପ ନୂଆଗାଁ ତଥା ଏହାର ଆଖପାଖ ଅଞ୍ଚଳର ଶହଶହ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ପୂଜାର୍ଚ୍ଚନାରେ ସାମିଲ ହୋଇ ପ୍ରଭୁକୃପା ଲାଭ କରୁଛନ୍ତି । ଚଳିତବର୍ଷ ଶ୍ରୀ ଶ୍ରୀ ଅନଳେଶ୍ୱର ବାବା ମାନସିକ କଳ୍ପବଟ ଭକ୍ତବୃନ୍ଦଙ୍କ ପକ୍ଷରୁ ଚାଲିଥିବା ଚବିଶି ପ୍ରହର ନାମଯଜ୍ଞ, ଅନ୍ନଯଜ୍ଞ ଓ ଘୃତଯଜ୍ଞ କାର୍ଯ୍ୟକ୍ରମରେ ୨୮ ତମ ବର୍ଷରେ ପଦାର୍ପଣ କରିଥିଲା ବେଳେ ଏହି ଅବସରରେ ଶ୍ରଦ୍ଧାଳୁ ଭକ୍ତମାନେ ଶୁକ୍ରବାର ପୂର୍ବାହ୍ନରେ ପବିତ୍ର ଋଷିକୁଲ୍ୟା ନଦୀରେ ପୂଜାର୍ଚ୍ଚନା ସାରି କଳସ ଶୋଭାଯାତ୍ରାରେ ବାହାରି ନାମଯଜ୍ଞ ସ୍ଥଳରେ ପହଂଚିଥିବା ଦେଖିବାକୁ ମିଳିଥିଲା । ଚିନିଶିଳ୍ପ ନୁଆଗାଁ ଜଗନ୍ନାଥ ମନ୍ଦିର ନିକଟରେ ପବିତ୍ର ହରିଶୟନ ବଡ ଏକାଦଶୀ ଓ ବାହୁଡା ଯାତ୍ରା ଅବସରରେ ବିଶ୍ୱ କଲ୍ୟାଣ ନିମନ୍ତେ ଆରମ୍ଭ ହୋଇଥିବା ଏହି ନାମଯଜ୍ଞରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବହୁ ଆଗଧାଡିର ବରିଷ୍ଠ କଣ୍ଠଶିଳ୍ପୀ ତଥା ସୁନାମଧନ୍ୟ ମୃଦଙ୍ଗ ବାଦକମାନେ ଯୋଗଦେଇ ନାମ ଗାୟନ କରି ପରିବେଶକୁ ଭକ୍ତି ବେଶରେ ରସାୟିତ କରୁଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ