ଏଆଇଟିୟୁସିର ୮ମ ଜିଲ୍ଲା ସମ୍ମିଳନୀ

ବାଲେଶ୍ୱର(ସରୋଜ ପଣ୍ଡା):  ଆଜି ଏଆଇଟିୟୁସି ର ୮ମ ରାଜ୍ୟ ସମ୍ମିଳନୀ ଓଡ଼ିଶା ଉଠା ଜଳସେଚନ କର୍ମଚାରୀ ସଂଘ ସମ୍ମିଳନୀ କକ୍ଷରେ ଜିଲ୍ଲା ସଭାପତି କମ୍ରେଡ୍ ଭାଗବତ ପ୍ରତିହାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଏଆଇଟିୟୁସିର ଅନ୍ୟତମ ରାଜ୍ୟ ସମ୍ପାଦକ ମାୟାଧର ନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଏଆଟିୟୁସିର ଅନ୍ୟତମ ରାଜ୍ୟ ସମ୍ପାଦକ ଜୟନ୍ତ ଦାସ ଉଦ୍ଘାଟନ କରି ସମଗ୍ର ଦେଶର ଶ୍ରମିକ ଶ୍ରେଣୀ ଆଜି ପୁଞ୍ଜିବାଦୀ ଚରମ ରୂପ ସାମ୍ରାଜ୍ୟବାଦୀ ଶୋଷଣ କଷଣ ଓ ଲୁଣ୍ଠନର ଶିକାର ହେଉଥିବା ସୂଚନା ଦେଇ ଏହି ସମସ୍ୟାର ମୁକାବିଲା ପାଇଁ ଶ୍ରମିକ ଶ୍ରେଣୀ ଐକ୍ୟବଦ୍ଧ ସଂଘର୍ଷରେ ଝାସ ଦେଇ ଘୃଣା, ହିଂସା ଓ ବିଭାଜନ ମୁକ୍ତ ବ୍ୟବସ୍ଥା ପ୍ରତିଷ୍ଠାର ନେତୃତ୍ୱ ନେବାକୁ ସେ ଆହ୍ୱାନ ଦେଇଥିଲେ। ଜିଲ୍ଲା ସମ୍ପାଦକ ଶ୍ୟାମସୁନ୍ଦର ଜେନା ଗତ ୬ବର୍ଷର ସଂଘର୍ଷମୟ କାର୍ଯ୍ୟର ବିବରଣୀ ଉପସ୍ଥାପନ କରିଥିଲେ। ଏହି ସମ୍ମିଳନୀରେ ଏମ୍‌ଇଏସର ବରିଷ୍ଠ ନେତା ରତ୍ନାକର ବେହେରା, ଅଖିଳ ଭାରତ ଡାକ କର୍ମଚାରୀ ସଂଘ ନେତା ନିରଞ୍ଜନ ରାଉତଙ୍କୁ ସମ୍ମାନିତ କରାଯାଇଥିଲା। ଏହି ସମ୍ମିଳନୀରେ ଓଡ଼ିଶା ଉଠା ଜଳସେଚନ କର୍ମଚାରୀ ସଂଘର ସହ-ସମ୍ପାଦକ ଶରତ ଚନ୍ଦ୍ର ଦଳାଇ, ଚାନ୍ଦିପୁର ଡିଫେନସ କଣ୍ଟ୍ରାକ୍ଟର ୱାର୍କରସ୍ ୟୁନିୟନର କାର୍ଯ୍ୟକାରୀ ସଭାପତି ଅରୁଣ ମଣ୍ଡଳ, ବାଲେଶ୍ୱର ରିକ୍ସା ଚାଳକ ସଂଘର କାର୍ଯ୍ୟକାରୀ ସଭାପତି ଶାନ୍ତନୁ ଦାସ, ବିଦ୍ୟୁତ କର୍ମଚାରୀ ନେତା ଭରତ ଚନ୍ଦ୍ର ସେଠୀ, ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘର ନେତ୍ରୀ ଆରତୀ ଦାଶମହାପାତ୍ର, ନିଖିଳ ଓଡ଼ିଶା ଆଶାକର୍ମୀ ସଂଘର ନନ୍ଦିତା ପାଇକରାୟ, ଅଖିଳ ଭାରତ ଜିଡିଏସ୍ କର୍ମଚାରୀ ସଂଘର ନାରାୟଣ ପ୍ରସାଦ ଦାସ, ହରେକୃଷ୍ଣ ଚାନ୍ଦ, ଜଗଦୀଶ ବାରିକ, ପ୍ରମୁଖ ଉପସ୍ଥାପିତ ବିବରଣୀ ଉପରେ ଆଲୋଚନା କରିଥିଲେ। ଶ୍ରମିକ ବିରୋଧୀ ଶ୍ରମ କୋଡ୍ ରଦ୍ଦ କରିବା, ଏନଟିଏ ପରିଚାଳିତ ନିଟ ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଓ ତଦ୍‌ଜନିତ କେତେକ ମେଧାବୀ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା, ସରକାର ଉତ୍ତର ଦାୟିତ୍ୱ ଶୂନ୍ୟତା, ଏହି ଘଟଣାରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଜନ୍ତର ମନ୍ତର ଠାରେ ଜୁନ୍ ୨୮ରୁ ଜୁଲାଇ ଆମରଣ ଅନଶନରତ ବିଶିଷ୍ଟ ପରିବେଶବିତ୍ ଗ୍ଲେସିୟର ୱାଟର ହାର୍ଭେଷ୍ଟ ଷ୍ଟ୍ରକ୍‌ଚର ପ୍ରତିଷ୍ଠାତା, ସେନାବାହିନୀ ଜବାନଙ୍କ ପାଇଁ ସୁରକ୍ଷିତ ଗ୍ଲେସିୟର ଟେଣ୍ଟ ନିର୍ମାଣର ବୈଜ୍ଞାନିକ ସୋନମ୍ ୱାଙ୍ଗଚୁକଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିବା ସହ ବଳପୂର୍ବକ ଡାକ୍ତରଖାନାରେ ଅଟକ ରଖିବା ପ୍ରତିବାଦରେ ୨୦ ଜୁଲାଇ ସଂସଦ ଅଭିଯାନକୁ ସମର୍ଥନ ଜଣାଇ ବାଲେଶ୍ୱରଠାରେ ମିଳିତ ଆନ୍ଦୋଳନ ପ୍ରସ୍ତାବ ଗୃହିଣୀ ହୋଇଥିଲା। ଇପିଏଫ୍ ପେନସନଧିରୀଙ୍କୁ ମାସିକ ସର୍ବନିମ୍ନ ୯ହଜାର ଟଙ୍କା ପ୍ରଦାନ, ସ୍ଥାୟୀ କାର୍ଯରେ ଥିବା ସମସ୍ତ ଶ୍ରମିକ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, ଶ୍ରମିକ ଶ୍ରେଣୀର ବିଭିନ୍ନ ଦାବି ନେଇ ୧୦ ଅଗଷ୍ଟ ବ୍ୟାପକ ମିଳିତ ଆଇନ ଅମାନ୍ୟ ଆନ୍ଦୋଳନ ପ୍ରସ୍ତାବ ବରିଷ୍ଠ ଏଆଇଟିୟୁସି ରାଜ୍ୟ ଉପସଭାପତି ଗୌରାଙ୍ଗ ପାଣିଗ୍ରାହୀ ଉପସ୍ଥାପନ କରିଥିଲେ ଓ ସମ୍ମିଳନୀରେ ଅନୁମୋଦିତ ହୋଇଥିଲା। ଆଗାମୀ ୩୧ ଅକ୍ଟୋବରରୁ ନଭେମ୍ବର ୨ ପର୍ଯ୍ୟନ୍ତ ତାଳଚେର ଠାରେ ହେଉଥିବା ଏଆଇଟିୟୁସି ରାଜ୍ୟ ସମ୍ମିଳନୀ ପାଇଁ ପ୍ରତିନିଧି ନିର୍ବାଚନ କରାଯାଇଥିଲା। ଆଗାମୀ ୩ବର୍ଷ ପାଇଁ ଜିଲ୍ଲା ସଭାପତି ଭାବେ ଭାଗବତ ପ୍ରତିହାରୀ, କାର୍ଯ୍ୟକାରୀ ସଭାପତି- ଗୌରାଙ୍ଗ ପାଣିଗ୍ରାହୀ, ଉପସଭାପତି- ମାୟାଧର ନାୟକ ଓ ଶାନ୍ତନୁ ଦାସ, ଜିଲ୍ଲା ସମ୍ପାଦକ – ଶ୍ୟାମସୁନ୍ଦର ଜେନା, ଜିଲ୍ଲା ଯୁଗ୍ମ ସମ୍ପାଦକ- ଶରତ ଚନ୍ଦ୍ର ଦଳାଇ, ଅରୁଣ ମଣ୍ଡଳ, ସେକ୍ ସଲାଉଦ୍ଦିନ, ଆରତୀ ଦାଶମହାପାତ୍ର ଓ ନାରାୟଣ ପ୍ରସାଦ ଦାସ, କୋଷାଧ୍ୟକ୍ଷ- ଭରତ ଚନ୍ଦ୍ର ସେଠୀ, ଆଇନ ପରାମର୍ଶଦାତା ଶମ୍ଭୁନାଥ ମହାନ୍ତି, ନିରଞ୍ଜନ ପରିଡ଼ା ଓ ବିଭିନ୍ନ ୟୁନିୟନର ପ୍ରତିନିଧିଙ୍କୁ ନେଇ ଜିଲ୍ଲା କାର୍ଯ୍ୟକାରୀ କମିଟି ସର୍ବସମ୍ମତ ଭାବେ ନିର୍ବାଚିତ ହୋଇଥିଲେ। ସମ୍ମିଳନୀ ପ୍ରାରମ୍ଭରେ ସମ୍ମିଳନୀ କକ୍ଷ ସମ୍ମୁଖରେ ଜିଲ୍ଲା ସଭାପତି ପତାକା ଉତ୍ତୋଳନ କରିଥିଲେ। ଶେଷରେ ବନ୍ଦନା ବିଶ୍ୱାସ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ