ଫେରାର୍ ଅଭିଯୁକ୍ତ ଗିରଫ
ବେଲଗୁଣ୍ଠା,(ଶିବରାମ ଚୈାଧୁରୀ): ଗାଙ୍ଗପୁର ଥାନା ଅଞ୍ଚଳରେ ଡକାୟତି ଉଦ୍ୟମ ର ଫେରାର୍ ଅଭିଯୁକ୍ତ ଆଜି ଗାଙ୍ଗପୁର-ପାଇଲିପଡା ରାସ୍ତାରେ ବୁଲୁଥିବା ବେଳେ ପୋଲିସ ତାକୁ ଗିରଫ କରିବାରେ ସକ୍ଷମ ହୋଇଛି ।ଗିରଫ ଯୁବକ ହେଲେ ତାରସିଂ ଥାନା ଅନ୍ତର୍ଗତ କୃଷ୍ଣ ପଲ୍ଲୀ ଗ୍ରାମର ଡାକ ନାୟକ ।ଡାକ ଗତ ୧୫ ଦିନ ହେବ ପୋଲିସ କୁ ଚକମା ଦେଇ ଫେରାର୍ ହେବାରେ ସକ୍ଷମ ହୋଇଥିଲା ।ଆଜି ଖରାବେଳେ ଡାକ ବୁଲୁଥିବା ନେଇ ପୋଲିସ ଖବର ପାଇବା ପରେ ଡି ଏସ୍ ପି ସଞ୍ଜୟ ମହାପାତ୍ର ଓ ଥାନାଅଧିକାରୀ ଧିରେଶ କୁମାର ଦାସ ମିଳିତ ଭାବେ ଡାକକୁ ଧରିବାରେ ସକ୍ଷମ ହୋଇଥିଲେ ।ଡାକ ସିରିଜ୍ ଡକାୟତି ଉଦ୍ୟମ ଘଟଣାର ମାଷ୍ଟର ମାଇଣ୍ଡ ବୋଲି ପୋଲିସ ପ୍ରକାଶ କରିଛି ।ଗତ ୧୦ତାରିଖ ରାତିରେ ଗାଙ୍ଗପୁର ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ସୋମନାଥ ପଲ୍ଲୀ ଗ୍ରାମ ନିକଟ ଏକ ବୁଦା ମୁଳରେ ଡକାୟତି ଉଦ୍ୟମ କରୁଥିବା ବେଳେ ପୋଲିସ ଚଢ଼ାଉ କରିଥିଲା ।ପୋଲିସ ସେଠାରୁ ଭଞ୍ଜନଗର ଥାନା ବାଉଁଶ ଲୁଣ୍ଡି ଗ୍ରାମର ବଳରାମ ନାଇକ ଓରଫ ବଳିଆ,ତୋଫାନ ସେଠୀ, ଗାଙ୍ଗପୁର ଥାନା ଷଢ଼ଙ୍ଗିପଲ୍ଲୀର ଜଗା ନାୟକ, ଧରାକୋଟ୍ ଥାନା ଢ଼ଉଗାଁର ମୁକେଶ ପାଢ଼ୀ, ଓ ଭଞ୍ଜନଗର ର ଏମ.ଡି ଇମ୍ରାନ୍ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଡାକ ଜଙ୍ଗଲ ଭିତରେ ପଶି ଫେରାର୍ ହେବାର ସକ୍ଷମ ହୋଇଥିଲା ।ଘଟଣା ସ୍ଥଳରୁ ପୋଲିସ ୪ ଟି ବୋମା, ଗୋଟିଏ ଖଣ୍ଡା,ଏକ କାତି,ତିନୋଟି ମୋବାଇଲ ସମେତ ଦୁଇଟି ବାଇକ୍ ଜବତ କରିଥିଲା । ନାଁ ରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ଜଣାପଡିଛି ।


