କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ

କୋଣାର୍କ (ଗଣେଶ ଚନ୍ଦ୍ର ବେହେରା) କୋଣାର୍କ ରାମଚଣ୍ଡୀ ବେଳାଭୂମିରେ ହେଉଥିବା ଇକୋ ରିଟ୍ରିଟ୍ ଉତ୍ସବ ପରିସରରେ ଗୁରୁବାରଠୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ନାସନାଲ ଟୁରିଜିମ କଂଫେରେନ୍ସ କାର୍ଯ୍ୟକ୍ରମରେ ଭାରତର ବିଭିନ୍ନ ରାଜ୍ୟ ମାନଙ୍କର ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଓ ସଚିବ ମାନେ ଯୋଗ ଦେଇଥିବା ବେଳେ ଶୁକ୍ରବାର କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ସିଂ ପଟେଲ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଥିଲେ । ପ୍ରାୟ ୧ଘଣ୍ଟାରୁ ଉର୍ଦ୍ଧ୍ବ ମଂଦିର ଭିତରେ ପରିଦର୍ଶନ କରି ମନ୍ଦିରର କଳା, ସ୍ଥାପତ୍ୟ ଓ ଐତିହ୍ୟ ଉପରେ ବୁଝିବା ସହ ମନ୍ଦିରର ସ୍ଥିତି ଉପରେ ତଦାରଖ କରିଥିଲେ। ସୂର୍ଯ୍ୟ ମନ୍ଦିର ବିଶ୍ୱ ପର୍ଯ୍ୟଟନର ଏକ ଅମୂଲ୍ୟ ସମ୍ପଦ। ଦେଶ ବିଦେଶରୁ ଲକ୍ଷ ଲକ୍ଷ ପର୍ଯ୍ୟଟକ ଏଠାକୁ ଆସିବା ପାଇଁ ଅନେକ ପଦକ୍ଷେପ ନିଆଯିବା ସହିତ ମନ୍ଦିର ସୁରକ୍ଷା ପ୍ରତି ଧ୍ୟାନ ଦିଆଯିବ ବୋଲି ମତ ପ୍ରକାଶ କରିଛନ୍ତି। ସୂର୍ଯ୍ୟ ମନ୍ଦିର ସହ ସହ ବର୍ଷରୁ ସୁରକ୍ଷିତ ଅଛି ଓ ସହ ସହ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ସରକାର ଜିମେଦାର ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ପରିଦର୍ଶନ ସମୟରେ ସ୍ଥାନୀୟ ଭାଜପା ପ୍ରତିନିଧି ମାନେ ଉପସ୍ଥିତ ରହି ସ୍ୱାଗତ କରିଥିଲେ। ପ୍ରତ୍ନତାତ୍ତ୍ୱିକ ଅଧିକାରୀ, ପର୍ଯ୍ୟଟନ ଅଧିକାରୀ ଓ ପୋଲିସ ବିଭାଗ ଅଧିକାରୀ ମାନଙ୍କ ସହ ଅନେକ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ