ନିୟତୀ ମାନସିକ ଅନଗ୍ରସର ବିଦ୍ୟାଳୟରେ ଜନରାଜ୍ୟ ଦିବସ ପାଳିତ
ରାଣୀପେଣ୍ଠ,(ତାରିଣୀ ପ୍ରସାଦ ପଣ୍ଡା) ନିୟତୀ ମାନସିକ ଅନଗ୍ରସର ବିଦ୍ୟାଳୟରେ ଜନରାଜ୍ୟ ଦିବସ ମହାଆଡମ୍ବରେ ପାଳିତ ହୋଇଯାଇଛି । ଏହା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ, ବିଶିଷ୍ଟ ଶିକ୍ଷାବିତ କୃଷ୍ଣଚନ୍ଦ୍ର ମହାରଣା ଯୋଗଦେଇ ପତାକାକୁ ଉତ୍ତୋଳନ କରି ନିଜର ଅଭିବାଷଣରେ କହିଥିଲେ ଯେ, ଭିନ୍ନକ୍ଷମ ମାନଙ୍କୁ ସାମାଜିକ ମୁଖସ୍ରୋରେ ସାମିଲ ହେବାପାଇଁ ସାମ୍ବିଧାନିକ ଅଧିକାରକୁ ସମସ୍ତେ ଅବଗତ ହେବା ବାଞ୍ଛାନୀୟ । ଏଥି ସହ ସମାଜସେବୀ ଅନିତା କୁମାରୀ ଅଧିକାରୀ ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ । ନିୟତିର ସଂସ୍ଥାପକ ତଥା ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତା,ଅଧ୍ୟକ୍ଷା ସ୍ନେହଳତା ପାଣିଗ୍ରାହୀ,ଜୋଷ୍ଣା ଡାକୁଆ, ଶାସ୍ବତୀ ବେବର୍ତ୍ତା ଜେୟମା, ପୂର୍ଣବାସୀ ନାୟକ ଟୁକୁନା ପାଢ଼ୀ ,ବଦ୍ରୀ ସାହୁ ପ୍ରଭୃତି କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ।