ନେପାଳକୁ ସହାୟତାର ହାତ ବଢାଇଲା ଭାରତ
କାଠମାଣ୍ଡୁ: – ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ଅବସରରେ ପଡୋଶୀ ଦେଶ ନେପାଳକୁ ସହାୟତାର ହାତ ବଢାଇଛି ଭାରତ । ନେପାଳର କେତେକ ଡାକ୍ତରଖାନା, ବେସରକାରୀ ସଂଗଠନ ଓ ଶିକ୍ଷାନୁଷ୍ଠାନକୁ ୩୦ଟି ଆମ୍ବୁଲାନ୍ସ ଓ ୬ଟି ବସ ଉପହାର ସ୍ୱରୂପ ପ୍ରଦାନ କରିଛି। କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଦୂତାବାସ ଅଧିକାରୀ ଅଜୟ କୁମାର ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ବାର୍ତ୍ତା ପାଠ କରିବା ସହ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ନେପାଳର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ପ୍ରତିଶୃତିବଦ୍ଧତା ଦୃଷ୍ଟିରୁ ଭାରତ ଏହି ଉପହାର ପ୍ରଦାନ କରିଛି । ଏହି ଉପହାର ସହିତ ଏ ଯାଏଁ ଭାରତ ନେପାଳକୁ ୭୮୨ଟି ଆମ୍ବୁଲାନ୍ସ ଓ ୧୫୪ଟି ବସ ପ୍ରଦାନ କରିସାରଲାଣି ।