ଦିଲ୍ଲୀ ବିଧାନସଭା ନିର୍ବାଚନ, ଆପ୍ ପ୍ରାର୍ଥୀ ଧରମପାଲ ଲାକ୍ରା ସବୁଠାରୁ ଧନୀ ପ୍ରାର୍ଥୀ

ନୂଆଦିଲ୍ଲୀ- ଚଳିତ ବର୍ଷ ଦିଲ୍ଲୀ ବିଧାନସଭା ନିର୍ବାଚନରେ ୩ ପ୍ରମୁଖ ଦଳ ଆପ୍, କଂଗ୍ରେସ ଏବଂ ବିଜେପିରୁ ମୋଟ ୧୬୪ ଜଣ କୋଟିପତି ପ୍ରାର୍ଥୀ ନିର୍ବାଚନ ମୈଦାନରେ ଅଛନ୍ତି । ଏମାନଙ୍କ ମଧ୍ୟରେ ୧୩ ଜଣଙ୍କ ସମ୍ପତ୍ତିର ମୂଲ୍ୟ ୫୦ କୋଟିରୁ ଊର୍ଦ୍ଧ୍ୱ ରହିଛି । ଆପ୍ ପ୍ରାର୍ଥୀ ଧରମପାଲ ଲାକ୍ରା ୨୯୨ କୋଟି ଟଙ୍କାର ସମ୍ପତ୍ତି ସହ ସବୁଠାରୁ ଧନୀ ପ୍ରାର୍ଥୀ ଭାବେ ବିବେଚିତ ହୋଇଛନ୍ତି । ଏହି ରିପୋର୍ଟରେ ଆପ୍ ର ଅନ୍ୟ ୩ ପ୍ରାର୍ଥୀ ପ୍ରମିଳା ଟୋକାସ, ରାମ ସିଂହ ଏବଂ ରାଜ କୁମାର ଆନନ୍ଦ ଯଥାକ୍ରମେ ୮୦.୮ କୋଟି, ୮୦ କୋଟି ଏବଂ ୭୬ କୋଟି ଟଙ୍କାର ସମ୍ପତ୍ତି ସହ ଏହି ତାଲିକାର ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି । ନିର୍ବାଚନ ଲଢ଼ୁଥିବା କ୍ଷମତାସୀନ ବିଧାୟକଙ୍କ ମଧ୍ୟରେ ଟୋକାସ ସବୁଠାରୁ ଧନୀ ପ୍ରାର୍ଥୀ । କଂଗ୍ରେସ ପ୍ରାର୍ଥୀ ପ୍ରିୟଙ୍କା ସିଂହ ୭୦ କୋଟି ସମ୍ପତ୍ତି ସହ ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ