ନୂଆ ଯୋଜନା ଆରମ୍ଭ କଲେ ମହାରାଷ୍ଟ୍ର ସରକାର

ମୁମ୍ୱାଇ- ମହାରାଷ୍ଟ୍ର ସରକାର ଜାନୁଆରୀ ୨୬ ତାରିଖରୁ ନୂଆ ଯୋଜନା ଆରମ୍ଭ କତରିଛନ୍ତି । ଏଣିକି ୧୦ ଟଙ୍କାରେ ଗିରବ ଲୋକମାନଙ୍କୁ ମିଳିବ ଶିବ ଭୋଜନ । ଏହି ଯୋଜନାକୁ ସରକାର ଗତ ମାସରେ ମଞ୍ଜୁରୀ ପ୍ରଦାନ କରିଥିଲେ । ବର୍ତ୍ତମାନ ସମୟରେ ରାଜ୍ୟର ୧୨୫ଟି ସେଣ୍ଟର୍ସରେ ‘ଶିବ ଭୋଜନ’ ଯୋଜନା ଆରମ୍ଭ କରାଯାଇଛି । ୧୦ ଟଙ୍କାର ଥାଳି ପାଇଁ ସରକାର ୪୦ ଟଙ୍କା ଅନୁଦାନ ଦେବେ । ମୁମ୍ୱାଇରେ ନାୟର, କେଇଏମ, ସାୟନ ହସ୍ପିଟାଲ ଏବଂ ଧାରାୱୀ ମହିଳା ବଚତ ଗଟରେ ଏହି ଯୋଜନା ଆରମ୍ଭ କରାଯାଇଛି । କଂଗ୍ରେସ ନେତା ଅସମଲ ଶେଖ ଏଠାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।’ଶିବ ଭୋଜନ’ ଯୋଜନା ମାଧ୍ୟମରେ ରାଜ୍ୟ ସରକାର ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିବା ପାଇଁ ୬.୪ କୋଟି ଟଙ୍କା ଖର୍ଚ୍ଚ କରିବେ, ଯାହା ତିନି ମାସ ପର୍ଯ୍ୟନ୍ତ ଚାଲିବ । ପାଇଲଟ ପ୍ରୋଜେକ୍ଟ ଅନୁସାରେ ପ୍ରତି ଜିଲ୍ଲା ମୁଖ୍ୟାଳୟରେ ଅତି କମରେ ଗୋଟିଏ ‘ଶିବ ଭୋଜନ’ କ୍ୟାଣ୍ଟିନ ଆରମ୍ଭ ଖୋଲାଯିବ । ଥାଳିରେ ଦୁଇଟି ଚପାତି, ତରକାରି, ଭାତ ଏବଂ ଡାଲି ମିଳିବ । ଭୋଜନ ଯୋଗାଉଥିବା କ୍ୟାଣ୍ଟିନ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୨ ଟା ପର‌୍ୟ୍ୟନ୍ତ ଖୋଲା ରହିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ