ବିଷ ପିଇ ଜୀବନ ହାରିଲେ ବୃଦ୍ଧ
ବେଲଗୁଣ୍ଠା,( ଶିବାରାମ ଚୌଧୁରୀ): ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ଗୋପାଳପୁର ଆମ୍ବପୁଆ ଗ୍ରାମର ଭଗବାନ ବାଡତ୍ୟା(୬୦) ଗତକାଲି ରବିବାର ରାତ୍ର ୧୦ଘଣ୍ଟା ସମୟରେ ଖାଇସାରି ସପରିବାର ପ୍ରତିଦିନ ଭଳି ଶୋଇ ଥିଲେ ।ମଧ୍ୟରାତ୍ରି ୧ ଘଣ୍ଟା ସମୟରେ ଭଗବାନ ବାନ୍ତି କରୁଥିବା ଦେଖି ପରିବାର ଲୋକେ ଗୁରୁତର ଅବସ୍ଥାରେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ ।ଅବସ୍ଥା ଗୁରୁତର ହେବାରୁ ସେଠାରୁ ଭଞ୍ଜନଗର ସ୍ଥାନାନ୍ତରିତ କରାଯାଇଥିଲା ।ସୋମବାର ଭୋର ୪.୩୦ ମି ସମୟରେ ଭଗବାନଙ୍କ ମୃତ୍ୟୁ ହୋଇଥିଲା ।ବେଲଗୁଣ୍ଠା ପୋଲିସ ଖବର ପାଇ ଭଗବାନଙ୍କ ଶବକୁ ଜବତ କରିବା ସହ ୫/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଇ ଶବ ବ୍ୟବଛେଦ କରାଇ ପରିବାର କୁ ଶବ ହସ୍ତାନ୍ତର କରିଥିଲେ ।ଫାଣ୍ଡି ଏ ଏସ୍ଆଇ କୃଷ୍ଣ ଚନ୍ଦ୍ର ସେଠୀ ଘଟଣାର ତଦନ୍ତ କରୁଛନ୍ତି ।ପ୍ରକାଶ ଥାଉ କି ଗତ କିଛି ମାସ ହେବ ଭଗବାନ ରୋଗାକ୍ରାନ୍ତ ହେବାରୁ ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଚିକିତ୍ସା କରାଈ ଘରକୁ ଆଣିଥିଲେ ।ସେ ରୋଗାଗ୍ରସ୍ତ ହେବାରୁ ପ୍ରତ୍ୟେକ ଦିନ କଷ୍ଟ ଅନୁଭବ କରୁଥିଲେ ।କଷ୍ଟ ଅସହ୍ୟ ହେବାରୁ ସେ ଏହିପରି ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ପୋଲିସ ପ୍ରକାଶ କରିଛି ।


