ମଧ୍ୟ ରାତ୍ରରୁ ପଦ୍ମବେଶରେ ଆଭୁଷିତ ହେବେ ତିନି ଠାକୁର

ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟରାତ୍ରରୁ ପଦ୍ମବେଶରେ ସଜେଇ ହେବେ ତିନି ଠାକୁର । ଭୋର ସକାଳୁ ସକାଳୁ ପଦ୍ମ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ତିନି ଠାକୁର । ଏଥି ଲାଗିୀ ପ୍ରସ୍ତୁତ ଚାଲିଛି । ଧାର୍ମିକ ରୀତି ନୀତି ଅନୁଯାୟୀ ପ୍ରତିବର୍ଷ ଶ୍ରୀଜିଉ ମାଘମାସ ଶୁକ୍ଲପକ୍ଷ ପ୍ରତିପଦାରୁ ପଂଚମୀ ମଧ୍ୟରେ ଯେଉଁ ବୁଧବାର ବା ଶନିବାର ପଡିଲେ ଏହି ପଦ୍ମବେଶରେ ସଜେଇ ହୋଇଥାନ୍ତି ମହାପ୍ରଭୁ ଜଗନ୍ନାଥ । ଏଥିଲାଗି ସେବାୟତ ମାନଙ୍କ ତରଫରୁ ତିନି ଦେବତା ଙ୍କୁ ସଜେଇବା ନିମନ୍ତେ ପ୍ରସ୍ତୁତ ହେଉଛନ୍ତି । ପଦ୍ମବେଶରେ ତିନି ଠାକୁରଙ୍କ ପହଡ ନୀତି ମଧ୍ୟ ପାଳିତ ହେବ । ଏଥି ସହ ଗୁରୁବାର ସକାଳେ ମଙ୍ଗଳ ଆଳତୀ ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନ କରିପାରିବେ ଭକ୍ତ । ଏହି ବେଶ ହେବା ପରେ ଶ୍ରୀଜିଉଙ୍କୁ ଖିରି ଓ ଅମାଲୁ ଭୋଗ କରାଯିବାର ପରମ୍ପରା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ