ମଣିଷଙ୍କ ପରି ସେଲ୍ଫି ନେଉଛି ଗରିଲା

ଆଜିକାଲି ଯାହାକୁ ଦେଖ ସେଲ୍ଫି ନେବାରେ ବ୍ୟସ୍ତ । ସାଧାରଣତଃ ମଣିଷ ସେଲ୍ଫି ନେବାର ଦେଖିଛନ୍ତି । କିନ୍ତୁ କେବେ ଜୀବଜନ୍ତୁ ସେଲ୍ଫି ନେବାର ଦେଖିଛନ୍ତି କି? ବିଶ୍ୱାସ ନ ହେଲେ ବି ସତ । ଆଜି ଏମିତି ଦୁଇ ଗରିଲା ସମ୍ପର୍କରେ କହିବୁ ସେମାନେ ସେଲ୍ଫି ନେବାରେ ବ୍ୟସ୍ତ । କାଙ୍ଗୋର ଏକ ନ୍ୟାଶନାଲ ପାର୍କରେ ଦୁଇ ଜଣ ଅଫିସର ସେଲ୍ଫି ନେଉଥିଲେ । ଏହି ସମୟରେ ସେହି ପାର୍କରେ ରହୁଥିବା ନଦକାଶି ଏବଂ ମାତବିଶି ନାମକ ଦୁଇଟି ଗରିଲା ଏହା ଦେଖି ଅଫିସର ଦୁଇ ଜଣଙ୍କ ସହ ଠିଆ ହୋଇ ସେଲ୍ଫି ନେଉଥିବା ଫଟୋରୁ ଜଣାପଡୁଛି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକେ ଏହାକୁ ବହୁଳ ମାତ୍ରାରେ ଶେୟାର ବି କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ଆଫ୍ରିକାର ସବୁଠୁ ପୁରୁଣା ପାର୍କ ବିରୁଙ୍ଗା । ଏଠାରେ ବିଶ୍ୱର ଏକ ତୃତୀୟାଂଶ ଗରିଲା ଅଛନ୍ତି । ଏହି ସେଲ୍ଫି ଆଣ୍ଟି ପଚିଂ ଗ୍ରୁପ୍ ନାମକ ଏକ ଫେସବୁକ୍ ପେଜ୍ରେ ଶେୟାର କରାଯାଇଛି । ଏହି ପୋଷ୍ଟକୁ ଏବେ ସୁଦ୍ଧା ୧୮ ହଜାର ଲୋକ ଶେୟାର କରିଥିବାବେଳେ ୧୯ ହଜାରରୁ ଅଧିକ ଲୋକ ଏହାକୁ ଲାଇକ୍ କରିଛନ୍ତି । ଏହା ସହିତ କମେଣ୍ଟ ବି କିଛି କମ୍ ନୁହେଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ